fbpx

ଭିିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ଫୁଲବାଣୀ,୨୧ ।୮(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ।

ତେବେ ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର ବିଲ୍ କରାଇ ଦେବା ପାଇଁ ତାଙ୍କଠାରୁ ୩ହଜାର ଟଙ୍କା ଲଞ୍ଚ ମାଗିଥିଲେ ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର । ଆଜି ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କଠାରୁ ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଅରୁପଙ୍କ ପକେଟରୁ ୩ ହଜାର ଟଙ୍କା ଜବତ ହେବା ପରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.