fbpx

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର,୨ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସର ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସ । ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କିରାଣିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ ଚାଲିଛିି । ସଞ୍ଜୁକ୍ତାଙ୍କ ଗାଁ ସାତପୁରା ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । କଟକ ଓ ଜଗତସିଂହପୁର ଜିଲ୍ଲାରେ ୨ଟି ଟିମ ଚଢ଼ାଉ ଜାରି ରଖିଛନ୍ତି । ସଞ୍ଜୁକ୍ତାଙ୍କ ଗାଁ ସାତପୁରା, ପାଣିଶାଳିଆ ଓ କଟକ ମହାନଦୀବିହାରରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରିରଖିଛି।

Get real time updates directly on you device, subscribe now.