fbpx

୨୪ ବର୍ଷ ପରେ ଧରାପଡ଼ିଲା ଜାଲିଆତି, ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି

ମାଲକାନଗିରି, ୩୧ା୧ (ଓଡିଶା ଭାସ୍କର): ଜାଲ୍ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାରେ ଜଣେ ବରିଷ୍ଠ କିରାଣି ଚାକିରିରୁ ବହିଷ୍କାର ହୋଇଛନ୍ତି । ଜିଲ୍ଲାର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଜିଲ୍ଲାପାଳ ଜାଲିଆତି ଅଭିଯୋଗରେ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଜାଲିଆତି କରି ଜାତି ପ୍ରମାଣପତ୍ର ହାତେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଖୋଳତାଡ଼ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀପ୍ରିୟା ଏସଇବିସି ବର୍ଗର ହୋଇଥିବା ବେଳେ ସେ ଆଦିବାସୀ ପ୍ରମାଣପତ୍ର ଦାଖଲ କରି ଦୀର୍ଘ ୨୪ ବର୍ଷ ଧରି ଚାକିରି କରିଆସୁଥିଲେ । ତାଙ୍କ ବିରୋଧରେ ଆରଡିସିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ସତ୍ୟାସତ୍ୟ ଉନ୍ମୋଚନ କରାଯାଇଥିଲା । ତେବେ ଲକ୍ଷ୍ମୀପ୍ରିୟାଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ଚାକିରି କାଳ ମଧ୍ୟରେ ସେ ନେଇଥିବା ସମସ୍ତ ଅର୍ଥ ଫେରସ୍ତ କରିବାକୁ ନୋଟିସ ଦିଆଯାଇଛି ।

Get real time updates directly on you device, subscribe now.