fbpx

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାରେ ରାଜ୍ୟର ପୁଣି ଜଣେ ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କର କରୋନାରେ ମୃତ୍ୟୁ ଘଟିଛି । ସେ ସାମ୍ବାଦିକ ସହ ଜଣେ ସୁସାହିତ୍ୟିକ ଭାବେ ରାଜ୍ୟରେ ପରିଚିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ସେ ପ୍ୟାରୀମୋହନ ଆକାଡେମିରୁ ମାଟ୍ରିକ ଓ ଖ୍ରୀଷ୍ଟ କଲେଜରୁ ଗ୍ରାଜୁଏସନ ପାସ୍ କରିଥିଲେ । ତା’ପରେ ସେ ରାଜନୀତି ବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଜି ଓ ମଧୁସୂଦନ ଲ’ କଲେଜରୁ ଏଲଏଲବି ଶିକ୍ଷା ସମାପ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସାମ୍ବାଦିକତା କ୍ଷେତ୍ର ପ୍ରତି ଆକୃଷ୍ଟ ହୋଇଥିଲେ । ଇଂରାଜୀ ଦୈନିକ ଖବରକାଗଜ ଇଷ୍ଟର୍ଣ୍ଣ ଟାଇମ୍ସରୁ ସେ ତାଙ୍କର ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ । ସେ ୧୬ଟି ପୁସ୍ତକ ରଚନା କରିଥିବା ବେଳେ ‘ଯେ ଦେଶ ଯାଇ ସେ ପଖାଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ସେ ୧୯୪୦ ମସିହା ଜାନୁଆରୀ ମାସ ୨ ତାରିଖରେ ସେ ଜଗତସିଂହପୁ ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ମଇଁନ୍ଦିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମ ହେବାର ୬ ଦିନ ପରେ ତାଙ୍କର ମାତା ତାଙ୍କୁ ଛାଡ଼ି ଚାଲିଯାଇଥିଲେ । ତେଣୁ ତାଙ୍କର ବାଲ୍ୟଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀୀ ନବୀନ ପଟ୍ଟନାୟକ, ଅନେକ ରାଜନେତା, ସାମ୍ବାଦିକ, ପ୍ରଶାସକ ଗଭୀର ଶୋକ ବ୍ୟକ୍ତି କରିଛନ୍ତି ।

Get real time updates directly on you device, subscribe now.