fbpx

ସିନିୟରଙ୍କ ବଦଲା ନେଲେ ଜୁନିୟର: ପୱନଙ୍କ ଚମତ୍କାର ସେଭ ସହିତ ବିଶ୍ୱକପ ସେମିରେ ଭାରତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିନିୟରଙ୍କ ବଦଲା ନେଲେ ଜୁନିୟର । ଅଲିମ୍ପିକ୍ସରେ ଭାରତୀୟ ଦଳକୁ ସେମିରେ ପରାସ୍ତ କରିଥିଲା ବେଲଜିୟମ । ମାତ୍ର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଲଜିୟମକୁ ପରାସ୍ତ କରି ପ୍ରତିଶୋଧ ନେଇଛନ୍ତି ଭାରତୀୟ ଜୁନିୟର ଟିମ୍ । ଅନ୍ତିମ ମିନିଟରେ ଗୋଲ କିପର ପୱନଙ୍କ ଚମକ୍ରାର ସେଭ୍ ସହିତ ଭାରତ ଏହି ମୁକାବିଲାକୁ ୧-୦ରେ ଜିତି ନେଇଛି । ଏହା ସହିତ ଜର୍ମାନୀ, ଆର୍ଜେଣ୍ଟିନା, ଫ୍ରାନ୍ସ ପରେ ଚତୁର୍ଥ ଦଳ ଭାବରେ ସେମିରେ ପ୍ରବେଶ କରିଛି ଭାରତ ।

ଆଜିର ମ୍ୟାଚରେ ଉଭୟ ଦଳ ରକ୍ଷଣାତ୍ମକ ହକି ଖେଳିଥିଲେ । କେବଳ ଦ୍ୱିତୀୟ କ୍ୱାର୍ଟରରେ ଭାରତର ଏକମାତ୍ର ଗୋଲକୁ ଛାଡିଲେ ଆଉ ଗୋଲ ସ୍କୋର ହୋଇ ନଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିଥିଲା । ଉପ ଅଧିନାୟକ ସଞ୍ଜୟ ଚତୁରତାର ସହିତ ଶାରଦା ନନ୍ଦଙ୍କୁ ବଲ ପାଶ କରିଥିଲେ ଓ ଶାରଦା ଏହାକୁ ଗୋଲରେ ପରିଣତ କରିଥିଲେ । ଅନ୍ତିମ ମିନିଟ ଯାଏଁ ବେଲଜିୟମ ସଂଘର୍ଷ କରିଥିବା ବେଳେ ଅନ୍ତିମ ଦୁଇ ମିନିଟରେ ଦଳକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଦଳ ପକ୍ଷରୁ ଡ୍ରାଗ ଫ୍ଲିକ୍ କରାଯାଇଥିବା ବେଳେ ଏହାକୁ ଅଟକାଇଥିଲେ ପୱନ । ତେବେ ପୁନର୍ବାର ରିବାଉଣ୍ଡ ଶଟ ଆସିଥିଲେ ମଧ୍ୟ ପ୍ରତ୍ୟୁତ୍ପନ୍ନମତିତା ଦେଖାଇ ଏହାକୁ ଫ୍ଲିକ୍ କରି ଦେଇ ଦଳକୁ ବିଜୟୀ କରାଇଥିଲେ । ଭାରତ ସେମି ଫାଇନାଲ ମୁକାବିଲାରେ germanyକୁ ଭେଟିବ ।

Get real time updates directly on you device, subscribe now.