fbpx

ସେୟାର ମାର୍କେଟ: ୪୨୪ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ

ନୂଆ ଦିଲ୍ଳୀ,୦୫/୦୫: ବୁଧବାର ସକାଳେ ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀର ପ୍ରଭାବ ସେୟାର ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେନସେକ୍ସ ୪୨୪ ପଏଣ୍ଟ ବଢି ୪୮,୬୭୭ ପଏଣ୍ଟ ରେ ବନ୍ଦ ହୋଇଛି  । ଏଥି ସହିତ ନିଫ୍ଟି ମଧ୍ୟ ୧୨୧ ପଏଣ୍ଟ ବୃଦ୍ଧି ପାଇଛି । ବୁଧବାର ନିଫ୍ଟି ୧୪,୬୧୭ ପଏଣ୍ଟରେ ବନ୍ଦ ହୋଇଛି ।

ତେବେ ଆଜି ସନ୍ ଫାର୍ମା ସେୟାରରେ ସବୁଠୁ ଅଧିକ ୫.୭୪ ପ୍ରତିଶତ ରହିଥିଲା । ଇଣ୍ଡସଇଣ୍ଡ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଷ୍ଟକ୍ରେ ମଧ୍ୟ ଆଜି ବୃଦ୍ଧି ରହିଥିଲା । ଭାରତୀ ଏୟାରଟେଲ, ବଜାଜ ଅଟୋ ମଧ୍ୟ ଆଜି ସବୁଜ ସଂଙ୍କେତ ଉପରେ କାରବାର କରିଛି । ଏଥି ସହିତ, ବଜାଜ ଫାଇନାନ୍ସ ସେୟାରରେ ସର୍ବାଧିକ ୧.୬୫% ହ୍ରାସ ଘଟିଛି।

ବୁଧବାର ସକାଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଷ୍ଟକ୍ ମାର୍କେଟରେ ଏକ ଉତ୍ସାହ ଦେଖାଦେଇଛି । ବିଏସଇ ୪୮,୪୬୩ ରେ ୩୦୦ ପଏଣ୍ଟ ବୃଦ୍ଧି ସହିତ ଖୋଲିଥିଲା ଏବଂ ନିଫ୍ଟି ୧୪,୫୭୧ ରେ ଖୋଲିଥିଲା । ସକାଳେ ଓଏନଜିସି ସେୟାରରେ ସର୍ବାଧିକ ୨.୩୭ ପ୍ରତିଶତ ଲାଭ ହୋଇଛି । ଏଥିସହ ଏନଟିପିସି, ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଟାଇଟାନର ସେୟାର ମଧ୍ୟ ବୃଦ୍ଧି ପାଇଥିବାର ଦେଖାଯାଇଛି । ଏଚଡିଏଫସି, ହିନ୍ଦୁସ୍ତାନ ୟୁନିଲିଭରର ସେୟାର ନାଲି ସଂଙ୍କେତ ତଳେ ରହିଛି ।

Get real time updates directly on you device, subscribe now.