fbpx

୧୩୦୦ ପଏଣ୍ଟ ଖସିଲା ସେନସେକ୍ସ, ୧୪୪୦୦ ତଳେ ନିଫ୍ଟି

ମୁମ୍ବାଇ, 12/4 : ସପ୍ତାହ ର ପ୍ରଥମ ଦିନରେ ସେୟାର ମାର୍କେଟରେ କାରବାର ଆରମ୍ଭ ରୁ ଖସିଲା ସେନସେକ୍ସ ଏବଂ ନିଫ୍ଟି । ସକାଳ ୯:୧୭ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ସେନସେକ୍ସ ୮୩୬.୧୮ ପଏଣ୍ଟର ପତନ ସହିତ ଖୋଲିଥିବାବେଳେ ୪୮,୭୫୫.୧୪ ପଏଣ୍ଟ ରେ ରହିଥିଲା । ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫ୍ଟି ୨୬୯.୨୦ ପଏଣ୍ଟ ଖସି ୧୪,୭୫୫.୬୫ ରେ କାରବାର ଆରମ୍ଭ ହୋଇଥିଲା । ପୁଣି ସକାଳ ୯.୩୨ ରେ ସେନସେକ୍ସ ୧୪୦୪.୪୭(୨.୮୩%) ପଏଣ୍ଟ ଖସି ୪୮,୧୮୬.୮୫ ଏବଂ ନିଫ୍ଟି ୪୧୬.୩୦ ପଏଣ୍ଟ ତଳକୁ ଖସି ୧୪,୪୧୮.୫୫ ରହିଥିଲା ।
ଶୁକ୍ରବାର ସେୟାର ବଜାର ଡାଉନ ରହିଥିଲା । ସେନସେକ୍ସ ୧୫୪.୮୯ ଖସି ୪୯୫୯୧.୩୨ ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୩୮.୯୫ ପଏଣ୍ଟ ତଳକୁ ଖସି ୧୪୮୩୪.୮୫ ରେ ବନ୍ଦ ହୋଇଥିଲା । ଗୁରୁବାର ସେନସେକ୍ସ ୧୬୨.୫୨ ପଏଣ୍ଟର ଡାଉନ ସହ ୪୯୫୮୩.୬୯ରେ ଖୋଲିଥିଲା । ନିଫ୍ଟି ୪୦.୯୦ ପଏଣ୍ଟ ର ପତନ ସହ ୧୪୮୩୨ ପଏଣ୍ଟ ସହ ଖୋଲିଥିଲା ।
ଆଜିର ପ୍ରମୁଖ ସେୟାର ମଧ୍ୟରେ, Infosysର ଅତିରିକ୍ତ ସେୟାର ଗୁଡିକ ତଳକୁ ହୋଇଥିଲା । ସେହିଭଳି Hindustan Unilever Ltd, Sun Pharma, Nestle India, Dr Reddy’s, TCS, HDFC, Bajaj Auto, Bajaj Finance, Indusind Bank, Reliance, Tech Mahindra, ITC, ICICI Bank, HCL Tech, Power Grid ଏବଂ ONGC ର ସେୟାର ମଧ୍ୟ ତଳକୁ ଖସିଛି ।
ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ୯୨୯ କୋଟି ପ୍ରତ୍ୟାହାର
କରୋନା ସଂକ୍ରମଣର ଦ୍ୱିତୀୟ ଲହରର ପ୍ରଭାବ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଉପରେ ଦେଖିବାକୁ ମିଳିଛି । ଏପ୍ରିଲ ମାସରେ ଏ ପର୍ଯ୍ୟନ୍ତ ଏଫପିଆଇ ଭାରତୀୟ ବଜାରରୁ ୯୭୧ କୋଟି ପ୍ରତ୍ୟାହାର କରାଯାଇଛି । ଏହା ପୂର୍ବରୁ ମାର୍ଚ୍ଚରେ ଏଫପିଆଇ ୧୭,୩୦୪ କୋଟି , ଫେବୃଆରୀରେ ୨୩,୬୬୩ କୋଟି ଏବଂ ଜାନୁଆରୀରେ ୧୪,୬୪୯ କୋଟି ର ନିବେଶ କରିଥିଲା ।

Get real time updates directly on you device, subscribe now.