fbpx

ଧରାପଡ଼ିଲା ସିରିଏଲ କିଲର: ରାତିରେ କରୁଥିଲା ହତ୍ୟା, ଦିନରେ ଧର୍ମଶାଳାରେ ଶୋଉଥିଲା

ଗୋଟିଏ ପରେ ଗୋଟିଏ ତିନିଟି ଏବଂ ଭୋପାଳରେ ଜଣେ ଚୌକୀଦାରଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଏହି ସାଇକୋ କିଲରକୁ ଗିରଫ କରିଛି ସାଗର ପୋଲିସ ।

ସୂଚନା ଅନୂଯାୟ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି ଅଭିଯୁକ୍ତ ତିନିଟି ହତ୍ୟା କରିଥିଲା ଏବଂ ଭୋପାଳରେ ଗୋଟିଏ ହତ୍ୟା କରିଥିଲା । ଅଭିଯୁକ୍ତ ଶିବପ୍ରସାଦ ୨୪ ଅଗଷ୍ଟରେ ସାଗର ଆସିଥିଲା । ଯେଉଁଠାରେ ସେ ଏକ ଧର୍ମଶାଳାରେ ରହିଥିଲା । ସେ ତିନି ଦିନ ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରେ ବୁଲୁଥିଲା । ସେ ଧର୍ମଶାଳାରେ ଦିନସାରା ଶୋଉଥିଲା । ରାତିରେ ଖାଇବା କଥା କହି ଧର୍ମଶାଳାରୁ ବାହାରକୁ ଯାଉଥିଲା ଏବଂ ଭିନ୍ନ ଭିନ୍ନ କ୍ଷେତ୍ରରେ ନଜର ରଖୁଥିଲା ।

୨୭ ଅଗଷ୍ଟରେ ସେ ପ୍ରଥମ ହତ୍ୟା କରିଥିଲା । ମିଳିଥିବା ସୂଚନା ଅନୂଯାୟୀ  ତିନି ଦିନ ପର୍ଯ୍ୟନ୍ତ ନଜର ରଖିବା ପରେ ସେ ୨୭ ଅଗଷ୍ଟରେ ଚୌକିଦାର କଲ୍ୟାଣ ସିଂହଙ୍କ ହତ୍ୟା କରିଥିଲା । ଏହାପରେ ୨୯, ୩୧ ଅଗଷ୍ଟରେ ଆଉ ଦୁଇ ଜଣଙ୍କୁ ହତ୍ୟା କରିଥିଲା ଏବଂ ଉକ୍ତ ଧର୍ମଶାଳାରେ ରହିଥିଲା । ୩୧ ଅଗଷ୍ଟ ରାତିରେ ସେ ଧର୍ମଶାଳା ଛାଡ଼ିଥିଲା ।

ତେବେ ଭୁଲରେ ଛାଡ଼ି ଯାଇଥିବା କିଛି ଜିନିଷ ଆଧାରରେ ପୋଲିସ୍ ଏହି ସିରିଏଲ କିଲରକୁ ଧରିବାରେ ସଫଳ ହୋଇଥିଲା । ମୋତୀନଗର ଥାନା ପୋଲିସ ରିମାଣ୍ଡରେ ନେଇଥିଲା ।

Get real time updates directly on you device, subscribe now.