fbpx

ସମୁଦ୍ରରେ ଭାସିଗଲେ ୭ ପର୍ଯ୍ୟଟକ

ପୁରୀ,୨୯ ।୧(ଓଡିଶା ଭାସ୍କର): ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଆଜି ଏକ ଅଘଟଣ ଘଟିଯାଇଛି । ଗାଧୋଇବାବେଳେ ୭ ଜଣ ପର୍ଯ୍ୟଟକ ଦୁର୍ଘଟଣାବଶତଃ ସମୁଦ୍ରରେ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳୁନି । ନିଖୋଜ ଯୁବକ ଜଣକ ଝାଡଖଣ୍ଡର ଦୀପକ କୁମାର ବୋଲି ଜଣାପଡିଛି । ଉଦ୍ଧାରକାରୀ ଦଳ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ସମସ୍ତ ପର୍ଯ୍ୟଟକ ଝାଡଖଣ୍ଡ ବୋକାର କୁରୁମୁଡି ଅଞ୍ଚଳର ବୋଲି ସୂଚନା ମିଳିଛି । ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ। ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ୬ ଜଣକୁ ଉଦ୍ଧାର କରିଥିବା ବେଳେ ଦୀପକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଦୀପକ ଜଣେ ଛାତ୍ର ବୋଲି ଶୁଣିବାକୁ ମିଳିଛି।

Get real time updates directly on you device, subscribe now.