ହଠାତ୍ ବନ୍ଦ ହେଲା ହ୍ୱାଟସ୍‌ଆପ୍‌ ଆକାଉଣ୍ଟ! ଜାଣନ୍ତୁ କ’ଣ ଘଟିଛି

ସୋମବାର ରାତି ପ୍ରାୟ ୮ଟା ସମୟରେ ହ୍ୱାଟସ୍‌ଆପ୍‌ରେ ଏକ ସମସ୍ୟା ଦେଖାଦେଇଥିଲା। ଏହି ସମୟରେ ୟୁଜରମାନଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ଲେଖାଥିଲା ଯେ ପ୍ଲାଟଫର୍ମର ସେବା ନିୟମ ଠିକ ସେ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ସେମାନଙ୍କ ଆକାଉଣ୍ଟ ଏବଂ ଫୋନ୍ ସୂଚନାକୁ ଯାଞ୍ଚ କରାଯାଉଛି।

ନୂଆଦିଲ୍ଲୀ: ସୋମବାର ଦିନ ହ୍ୱାଟସ୍‌ଆପ୍‌ ପକ୍ଷରୁ ଭାରତ ସମେତ ବିଭିନ୍ନ ଦେଶର ବହୁତ ୟୁଜରଙ୍କ ଆକାଉଣ୍ଟକୁ ଯାଞ୍ଚ ପାଇଁ ବନ୍ଦ ରଖାଯାଇଥିଲା। ଏହି କାରଣରୁ ଲୋକମାନେ କିଛି ଘଣ୍ଟା ପାଇଁ, ଅର୍ଥାତ୍ ଅଧିକାଂଶ ୨୪ ଘଣ୍ଟା ପର୍ଯ୍ୟନ୍ତ ହ୍ୱାଟସ୍‌ଆପ୍‌ର କୌଣସି ବି ଫିଚର ବ୍ୟବହାର କରିପାରି ନଥିଲେ। କୌଣସି ପୂର୍ବ ସୂଚନା ନ ଦେଇ ହଠାତ୍ ଆକାଉଣ୍ଟ ବନ୍ଦ ହୋଇଯିବାରୁ ବହୁତ ୟୁଜର ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ଘଟଣା ନେଇ ହ୍ୱାଟସ୍‌ଆପ୍‌ କହିଛି ଯେ, ଆପ୍‌ର ଦୁରୁପଯୋଗ ରୋକିବା ପାଇଁ କମ୍ପାନୀ ସବୁବେଳେ କାମ କରୁଛି। ଯେଉଁ ଆକାଉଣ୍ଟଗୁଡ଼ିକ ନିୟମ ଉଲ୍ଲଂଘନ କରୁଥିବା ସନ୍ଦେହ ହୁଏ, ସେଗୁଡ଼ିକୁ ସାମୟିକ ଭାବେ ବନ୍ଦ କରାଯାଏ।

Uttarakhand Govt.

ହ୍ୱାଟସ୍‌ଆପ୍‌ର ଜଣେ ପ୍ରବକ୍ତା କହିଛନ୍ତି, “ଅନ୍ୟ ୟୁଜରଙ୍କ ସୁରକ୍ଷା ପାଇଁ ଆମେ ଏପରି ପଦକ୍ଷେପ ନେଉଛୁ। କେତେବେଳେ ଭୁଲବଶତଃ ଠିକ୍ ଆକାଉଣ୍ଟ ମଧ୍ୟ ଏଥିରେ ପ୍ରଭାବିତ ହୋଇଯାଏ। ଏଭଳି ସ୍ଥିତିରେ ଆମେ ଶୀଘ୍ର ସମସ୍ୟା ସମାଧାନ କରି ୟୁଜରଙ୍କୁ ପୁଣି ଚାଟ୍ କରିବାର ସୁଯୋଗ ଦେବାକୁ ଚେଷ୍ଟା କରୁଛୁ।”

ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ଅସୁବିଧା ଆରମ୍ଭ ହୋଇଥିଲା। ୟୁଜରମାନେ ଦେଖିବାକୁ ପାଇଲେ ଯେ, ସେମାନଙ୍କ ହ୍ୱାଟସ୍‌ଆପ୍‌ରେ ଏକ ମେସେଜ୍ ଆସୁଛି ଯେଉଁଥିରେ ଲେଖାଥିଲା ଯେ ଆକାଉଣ୍ଟର କାର୍ଯ୍ୟକଳାପ ଯାଞ୍ଚ କରାଯାଉଛି। ସାଧାରଣତଃ ଏହା ୨୪ ଘଣ୍ଟା ମଧ୍ୟରେ ଠିକ୍ ହୋଇଯିବ ବୋଲି ଜଣାଯାଇଥିଲା। ଏହି ସ୍କ୍ରିନ୍‌ରେ ହ୍ୱାଟସ୍‌ଆପ୍‌ର ସୁରକ୍ଷିତ ବ୍ୟବହାର ଏବଂ ହ୍ୟାକ୍ ହୋଇଥିବା ଆକାଉଣ୍ଟ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ଅନେକ ୟୁଜର ଅଭିଯୋଗ କରିଥିଲେ ଯେ, ସେମାନେ ଅଫିସିଆଲ୍ ହ୍ୱାଟସ୍‌ଆପ୍‌ ଆପ୍‌ ବ୍ୟବହାର କରୁଥିଲେ ମଧ୍ୟ କୌଣସି ସ୍ପଷ୍ଟ କାରଣ ନ ଦେଇ ସେମାନଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି। ଜଣେ ୟୁଜର କହିଥିଲେ ଯେ, ଏହି ସେବା ତାଙ୍କ କାମ ପାଇଁ ଅତ୍ୟନ୍ତ ଜରୁରୀ ଥିଲା, କିନ୍ତୁ ହଠାତ୍ ଏହା ବନ୍ଦ ହୋଇଯିବାରୁ ସେ ଅସୁବିଧାରେ ପଡ଼ିଥିଲେ। ଭାରତୀୟ ୟୁଜରମାନେ ମଧ୍ୟ ଏହି କଥାକୁ ‘ଏକ୍ସ’ (ଟ୍ୱିଟର୍) ଭଳି ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅସନ୍ତୋଷ ଜଣାଇଥିଲେ।