fbpx

(VIDEO) ବିମାନ ଯାତ୍ରା ସମୟରେ କାନରେ ହୋଇଥାଏ ଖୁବ ଯନ୍ତ୍ରଣା; ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଆଜିକାଲି ଅଧିକାଂଶ ଲୋକ ବିମାନରେ ଯାତ୍ରା କରୁଛନ୍ତି । ଖାସ୍ କରି ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ବଡ ବିଜନେସ୍ ମ୍ୟାନ୍ ଏପରି ଅନେକ ଲୋକେ ବୁଲିବା ପାଇଁ ମଧ୍ୟ ବିମାନରେ ଯିବାକୁ ପସନ୍ଦ କରନ୍ତି । ତେବେ ଆପଣମାନେ ବିମାନରେ ଯାତ୍ରା କରିବା ସମୟରେ ସେଠାରେ ଅମ୍ଳଜାନ ମାସ୍କ ରହିଥିବାର ଦେଖିଥିବେ । ଯାହାକି ଏକ ସ୍ୱଭାବିକ ଏବଂ ସାଧାରଣ କଥା । କାରଣ ଅନେକ ସମୟରେ ବିମାନରେ ଯାତ୍ରା କରିବା ବେଳେ ଅମ୍ଳାଜାନର ଅଭାବ ଦେଖାଦେଇଥାଏ । ସେହି ସମୟରେ ସେହି ଅମ୍ଳଜାନ ମାସ୍କକୁ ବ୍ୟବହାର କରାଯାଇଥାଏ । ଏଥିସହିତ ଆପଣ ଯେତେବେଳେ ବିମାନରେ ଯାତ୍ରା କରୁଛନ୍ତି ସେଠାରେ ଆପଣମାନେ ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦେଇଥିବେ । ଯେତେବେଳେ ବିମାନଟି ରନ୍ୱେରୁ ଉଡିଯାଏ, ସେତେବେଳେ ଯାତ୍ରୀଙ୍କ କାନରେ ବହୁତ ଯନ୍ତ୍ରଣା ଅନୁଭବ କରେ । ଏହା ସହିତ ବିମାନ ଅବତରଣ କଲାବେଳେ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ ହୋଇଥାଏ । ବେଳେବେଳେ କେବଳ କାନରେ ଯନ୍ତ୍ରଣା ହୁଏ ନାହିଁ, ବରଂ କାନ ବନ୍ଦ ହୋଇଯିବା ସହ ଏକ ଶବ୍ଦ ମଧ୍ୟ ଶୁଣାଯାଏ । ତେବେ ଆପଣ କେବେ ଭାବିଛନ୍ତି କି ଏହା କାହିଁକି ଘଟେ ? ତେବେ ଆଜି ର ଆପଣଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଛୁ ।

ବୈଷୟିକ ଭାଷାରେ ଏହାକୁ ବିମାନର କାନ କୁହାଯାଏ । ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଆମ କାନରେ ଉପସ୍ଥିତ ଥିବା ଇଷ୍ଟାଚିଆନ୍ ଟ୍ୟୁବ୍ ହେତୁ ଏପରି ଘଟିଥାଏ । କାରଣ ବାୟୁର ଚାପ ପରିବର୍ତ୍ତନ ସମୟରେ ଏହା ଏତେ ଶୀଘ୍ର ପ୍ରତିକ୍ରିୟା କରେ ନାହିଁ । ଯେଉଁ କାରଣରୁ ବେଳେବେଳେ କାନରେ ଯନ୍ତ୍ରଣା ହୁଏ, କିଛି ଶବ୍ଦ ମଧ୍ୟ ଶୁଭେ । ସେପଟେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନେକ ଆନ୍ତର୍ଜାତୀୟ ବିମାନରେ ଚଳଚ୍ଚିତ୍ର ଦେଖିବା ଏବଂ ଗୀତ ଶୁଣିବା ପାଇଁ ହେଡ୍ଫୋନ୍ ଯୋଗାଇ ଦିଆଯାଇଥାଏ । ଆପଣଙ୍କ ଭିତରୁ ଖବୁ କମ୍ ଲୋକ ଜାଣିଥିବେ ଉଚ୍ଚତାକୁ ଯିବାପରେ ଆମର ପରୀକ୍ଷଣ ଗୁଡିକ ସଠିକ୍ ଭାବରେ କାମ କରେ ନାହିଁ । ଏହି ସମୟରେ ଖାଦ୍ୟର ସ୍ୱାଦ ମଧ୍ୟ କମିଯାଏ । କୁହାଯାଏ ଉଚ୍ଚତାରେ ବାୟୁ ଚାପ କମିଯିବାରୁ ଏହା ଘଟିଥାଏ ।

ସେପଟେ ଅନେକ ଥର ବାୟୁରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କ ପାଇଁ ଅମ୍ଳଜାନର ଅଭାବ ଦେଖାଦେଇଥାଏ । ଏହି ସମୟରେ ହାଇପରକ୍ସିଆର ଶିକାର ହେବାର ଆଶଙ୍କା ବି ଥାଏ । ଏଥିରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ କମିଯାଏ । ବିମାନରେ ରଖାଯାଇଥିବା ଅମ୍ଳଜାନ ମାସ୍କ ଏହି ସମୟରେ ବ୍ୟବହାର କରାଯାଇଥାଏ । ସୁବଠାରୁ ଆଶ୍ଚର୍ଯ୍ୟକର କଥା ବିମାନରେ ଯାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ପାଇଲଟ ଖାଇନଥାନ୍ତି ।

Get real time updates directly on you device, subscribe now.