fbpx

ସେକ୍ସ ସ୍କାଣ୍ଡାଲରେ ଟିମ୍ ଇଣ୍ଡିଆର ଆଉ କେତେଜଣ ଖେଳାଳି ସମ୍ପୃକ୍ତ ଅଛନ୍ତି: T-20 World Cupରେ ଦଳ ଏଇଥିପାଇଁ ହାରିଲା କି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତରେ ପଶିଛି ସେକ୍ସ ସ୍କାଣ୍ଡାଲ୍ । ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଲା ଏହି ଦୁଷ୍କର୍ମରେ ସାମିଲ ରହିଥିବା ଆସିଛି ଅଭିଯୋଗ । କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ୍ ଇବ୍ରାହିମର ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ରିୟାଜ ଭଟ୍ଟୀ ଏପରି ସଙ୍ଗୀନ ଅଭିଯୋଗ ଆଣିବା ପରେ ଏବେ ଭାରତୀୟ କ୍ରିକେଟ ପଡ଼ୁଛି ଉଠୁଛି । ରେହନୁମା ନିଜ ସ୍ୱାମୀ ରିୟାଜଙ୍କ ନାମରେ ଦୁଷ୍କର୍ମ, ଯୌନ ନିର୍ଯାତନା, ସେକ୍ସ ରାକେଟ ଚଳାଇବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ଏପରିକି ବିଭିନ୍ନ ସମୟରେ ୧୫ରୁ ୨୦ ଜଣଙ୍କ ସହ ରାତି ବିତାଇବାକୁ ସ୍ୱାମୀ ରିୟାଜ ବାଧ୍ୟ କରୁଥିବା କରିଛନ୍ତି । ୨୦୧୬ରୁ ସେ ସ୍ୱାମୀଠାରୁ ଅଲଗା ହେବାକୁ ଚେଷ୍ଟା କରିଥିଲେ ହେଁ ୨୦୧୯ରେ ତାଙ୍କୁ କିଡନାପ୍ କରାଯାଇଥିଲା । ନିର୍ଦ୍ଦେଶ ମୁତାବକ ଶଯ୍ୟାସଙ୍ଗିନୀ ନହେଲେ ରେହନୁମାଙ୍କର ଦୁଇ ପୁତ୍ରଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ନିଜର ବ୍ୟବସାୟିକ ଫାଇଦା ପାଇଁ ସ୍ୱାମୀ ଏପରି ନିଜ ହରକତ କରୁଥିବା ରେହନୁମା ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏପରି ଅଭିଯୋଗ ଆସିଥିଲେ ହେଁ ସେଥିରେ କୌଣସି ତଥ୍ୟ ପ୍ରମାଣ ନଥିବା ଡିସିପି ପ୍ରକାଶ କରିଛନ୍ତି ।

ତେବେ ରେହନୁମାଙ୍କ ବୟାନରୁ ଏହା ସ୍ପଷ୍ଟ ହେଉଛି ଯେ, ଏହି ସ୍କାଣ୍ଡାଲ ବହୁଦିନ ଧରି ଚାଲି ଆସୁଛି ଓ ଏଥିରେ ବହୁ ବଡ଼ବଡ଼ିଆଙ୍କ ହାତ ରହିଛି । କ୍ରିକେଟ ପରି ଏକ ଭଦ୍ର ଖେଳକୁ ଯଦି ସେକ୍ସ ଗ୍ରାସ କରେ, ତେବେ ଭବିଷ୍ୟତ ପାଇଁ ଏହା ଭୟଙ୍କର ସାବ୍ୟସ୍ତ ହେବ । କିଏ କହିବ ଟିମ୍ ଇଣ୍ଡିଆର ଆଉ କେତେଜଣ ଖେଳାଳି ବା ଅଧିକାରୀ ଏଥିରେ ସାମିଲ୍ ନାହାନ୍ତି ବୋଲି । ଏପରି କୁକାର୍ଯ୍ୟରେ ଲିପ୍ତ ରହିବା ନିଶ୍ଚିତ ଭାବେ ପ୍ରଦର୍ଶନକୁ ବ୍ୟାଘାତ କରିବ । ବର୍ଷ ବର୍ଷ ବିଭିନ୍ନ ଖେଳର କ୍ରୀଡ଼ାବିତମାନେ ନିଜର ରକ୍ତକୁ ଲୁହାସମ କଠିନ କରି ଦେଶ ପାଇଁ ଗୌରବ ଆଣିଥାନ୍ତି, ଯୁବପୀଢ଼ିଙ୍କ ପାଇଁ ଆଦର୍ଶ ପାଲଟିଥାନ୍ତି । ମାତ୍ର ଯଦି ଖେଳାଳିମାନେ ଏପରି କୁକାର୍ଯ୍ୟରେ ଲିପ୍ତ ରହି ମଉଜ ମଜଲିସରେ କାଳାତିପାତ କରିବେ, ତେବେ ପାକିସ୍ତାନ କ’ଣ ଦଳ ଗାଁ ଟିମଠାରୁ କୁକୁର ପରି ହାରିବାକୁ ବାଧ୍ୟ ହେବ । ତେଣୁ ଭାରତ ସରକାର ତୁରନ୍ତ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ମୂଳ ଚେରକୁ ଉପାଡ଼ିବା ଦରକାର । ନଚେତ୍ କେବଳ କ୍ରିକେଟ ନୁହେଁ ସମସ୍ତ କ୍ରୀଡ଼ା ଜଗତ ସହ ଭାରତବର୍ଷ ରସାତଳକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.