fbpx

ICC ମହିଳା ଟି-୨୦ Ranking; ଶେଫାଳି ବର୍ମା ଏକ ନମ୍ବର

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ମହିଳା ଟି-୨୦ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଯୁବ ଭାରତୀୟ ଖେଳାଳି ଶେଫାଳି ବର୍ମା ପୂର୍ବବତ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡରୀ ସୋଫି ଡିଭାଇନ ଅଲରାଉଣ୍ଡର ତାଲିକାରେ ପଦୋନ୍ନତି ସହିତ ଯୁଗ୍ମ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ୭୫୯ ରେଟିଂ ପଏଣ୍ଟ ସହିତ ବର୍ମା ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ୭୪୪ ପଏଣ୍ଟ ସହିତ ବେଥ ମୁନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ମହିଳା ଦଳର ଉପ ଅଧିନାୟିକା ସ୍ମୃତି ମାନ୍ଧନା ୭୧୬ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।

ଅଷ୍ଟ୍ରେଲିୟ ଅଧିନାୟିକା ମେଗ ଲାନିଙ୍ଗ ୭୦୯ ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ରହିଥିବା ବେଳେ ସୋଫି ଡିଭାଇନ ୬୮୯ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ଟି-୨୦ରେ ଡିଭାଇନ ୫୦ ରନ କରିବା ସହିତ ୨ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ଅଲରାଉଣ୍ଡରଙ୍କ ମଧ୍ୟରେ ଭାରତର ଦୀପ୍ତି ଶର୍ମା, ଅଷ୍ଟ୍ରେଲିଆର ଏଲିସ ପେରୀ ଏବଂ ୱେଷ୍ଟଇଣ୍ଡିଜର ହେଲି ମାଥ୍ୟୁସ ଯଥାକ୍ରମେ ୪,୫ ଓ ୬ନମ୍ବର ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.