fbpx

ICC ଟି-୨୦ ରାଙ୍କିଙ୍ଗ: ଶୀର୍ଷ ସ୍ଥାନ କବଜା କଲେ ଶେଫାଳି ବର୍ମା, ଖସିଲେ ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ପୁଣି ଥରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ନିଜର ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧି ହାସଲ କରିଥିବା ୧୮ ବର୍ଷୀୟା ଶେଫାଳି ପ୍ରଥମ ସ୍ଥାନକୁ ଫେରିଛନ୍ତି । ମଙ୍ଗଳବାର ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଶେଫାଳି ଗୋଟିଏ ସ୍ଥାନ ଉପରକୁ ଉଠି ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ତେବେ ଶେଫାଳିଙ୍କ ପାର୍ଟନର ସ୍ମୃତି ମନ୍ଧାନା ଗୋଟିଏ ସ୍ଥାନ ତଳକୁ ଖସି ୪ ନମ୍ବରରେ ରହିଛନ୍ତି । ଅଷ୍ଟ୍ରେଲିଆର ବେଥ୍ ମୁନି ଏବଂ ମେଗ୍ ଲାନିଂ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟତମ ଅଷ୍ଟ୍ରେଲିୟ ଖେଳାଳି ଆଲିସା ହିଲି ଷଷ୍ଠ ସ୍ଥାନରେ ରହିଛନ୍ତି ।

ଶ୍ରୀଲଙ୍କା ଅଧିନାୟିକା ଚମାରି ଅଟ୍ଟାପଟ୍ଟୁ ୧୦ ନମ୍ବରରେ ରହିଛନ୍ତି । ରାଜ୍ୟଗୋଷ୍ଠୀ ଯୋଗ୍ୟତା ପର୍ଯ୍ୟାୟରେ ଚମକ୍ରାର ପ୍ରଦର୍ଶନ ପରେ ଅଟ୍ଟାପଟ୍ଟୁ ୬ଟି ସ୍ଥାନ ଉପରକୁ ଉଠିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ ଏବଂ ସୁଜି ବେଟ୍ସ ଯଥାକ୍ରମେ ପଞ୍ଚମ ଓ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଅଲ ରାଉଣ୍ଡରଙ୍କ ତାଲିକାରେ ଭାରତର ଦୀପ୍ତି ଶର୍ମା ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

Get real time updates directly on you device, subscribe now.