fbpx

ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ପାକିିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ; ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ ଦେଲେ ଧମକ୍

ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ସଂସଦରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ପ୍ରସ୍ତାବକୁ ନେଇ ଯୁକ୍ତି ତର୍କ ହେଉଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ୍ ଖାକାନ୍ ଅବାସି ଏଭଳି କଥା କହିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

ଗଣମାଧ୍ୟମ ଡନ୍ ରିପୋର୍ଟ ଅନୁସାରେ ଫ୍ରନ୍ସର ରାଜଦୂତଙ୍କୁ ନିଷ୍କାସନକୁ ନେଇ ସଂସଦରେ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ସଂସଦରେ ତର୍କ ଚାଲିଥିବା ବେଳ ଏହି ଘଟଣାଟି ଘଟିଥିଲା । ଏହି ପ୍ରସ୍ତାବକୁ ସମୀକ୍ଷା କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ୍ ଖାକାନ ଅବାସି ବିରୋଧୀଙ୍କ ଲାଗି ୧ ଘଣ୍ଟା ସମୟ ମାଗିଥିଲେ । ହେଲେ ତାଙ୍କର ଏହି ଦାବିକୁ ବାଚସ୍ପତି ମନା କରି ଦେଇଥିଲେ । ଏହା ପରେ ଅବାସି ରାଗିଯାଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ବାଚସ୍ପତିଙ୍କୁ ‘ଚପଲରେ ମାରିବା’ ପାଇଁ କହିଥିଲେ । ଏହା ଶୁଣି ବାଚସ୍ପତି ତାଙ୍କୁ ନିଜ ସୀମାରେ ରହିବା ପାଇଁ କହିଥିଲେ । ଏହା ସହ ଗୃହକୁ ମୁଲତବି ରଖା ଯାଇଥିଲା ।

Get real time updates directly on you device, subscribe now.