fbpx

ଶୈଲେଶ ଲୋଢ଼ାଙ୍କ ସ୍ଥାନରେ ନଜର ଆସିବେ ଏହି ନୂଆ କଳାକାର…

ମୁମ୍ବାଇ: ଦୀର୍ଘ ୧୪ ବର୍ଷ ଧରି ଲୋକଙ୍କୁ ହସାଇଆସୁଥିବା ‘ତାରକା ମେହତା କା ଉଲ୍ଟା ଚଷମା ସୋ’ କୁ ନେଇ ବଡ଼ ଅପଡେଟ୍ । ସୋ ରେ ତାରକ ମେହତା ଚରିତ୍ର ନିଭାଉଥିବା ଶୈଲେଶ ଲୋଢ଼ାଙ୍କ ସୋ ଛାଡ଼ିବା ପରେ ନୂଆ ଭୂମିକାରେ କିଏ ନଜର ଆସିବେ ତା’କୁ ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ଲାଗିଲା ପୂର୍ଣ୍ଣଚ୍ଛେଦ ।

ଏଣିକି ତାରକା ମେହତା ଚରିତ୍ରରେ ସଚ୍ଚିନ ଶ୍ରଫଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଯାହାକୁ ନେଇ ନିଜେ ପ୍ରଡ୍ୟୁସର ଅସିତ୍ ମୋଦୀ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଯେ ସୋ ର ମେକରମାନେ ତାରକ ମେହତା ଚରିତ୍ରରେ ସଚ୍ଚିନ ଶ୍ରଫଙ୍କୁ ଫାଇନାଲ କରିଛନ୍ତି ।

ପ୍ରଡ୍ୟୁସର ଅସିତ୍ ମୋଦୀ କହିଛନ୍ତି ଯେ ଶୈଲେଶଙ୍କ ସହ ଯୋଗଯୋଗ କରିବାକୁ ବହୁତ୍ ଚେଷ୍ଟା କରିଥିଲୁ । ତାଙ୍କୁ ସୋ ଫେରାଇଆଣିବାକୁ ଚେଷ୍ଟା ମଧ୍ୟ କରିଥିଲୁ । କିନ୍ତୁ ସେ ନୂଆ ସୁଯୋଗ ପାଇସାରିଥିଲେ ଏବଂ ସୋ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଆମେ ତାଙ୍କ ପାଇଁ ଅଧିକ ଅପେକ୍ଷା କରିପାରିବୁ ନାହିଁ । ସେଥିପାଇଁ ନୂଆ ଆକ୍ଟରକୁ ମନୋନୀତ କରାଯାଇଥିଲା । କୁହାଯାଉଛି ଯେ ସୋ ର ମେକର୍ସଙ୍କ ସହ ମନୋମାଳିନ୍ୟ ଯୋଗୁଁ ସେ ସୋ ଛାଡ଼ିଥିଲେ ।

ସୂଚନାଯୋଗ୍ୟ, ସଚ୍ଚିନ ଶ୍ରଫ୍ ଟେଲି ଇଣ୍ଡଷ୍ଟ୍ରୀରେ ଜଣେ ଲୋକପ୍ରିୟ କଳାକାର ଭାବରେ ପରିଚିତ । ସେ ସିଆଇଡି, ବାଳିକା ବଧୂ, ନାଗିନ୍ ଭଳି ଅନେକ ଲୋକପ୍ରିୟ ସିରିଏଲରେ କାମ କରିସାରିଛନ୍ତି । ଆଉ ଏବେ ତାଙ୍କୁ ତାରକ ମେହତା କା ଉଲ୍ଟା ଚଷମା ସୋରେ ଶୈଲଶ ଲୋଢ଼ାଙ୍କ ସ୍ଥାନରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.