କଟକରେ ଲଜ୍ଜା… ସ୍କୁଲ ବସ୍ ଭିତରେ ୨ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଡ୍ରାଇଭର ଗିରଫ

କଟକରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ।

କଟକ: କଟକରେ ଲଜ୍ଜା। ଅଭିଭାବକଙ୍କ ଚିନ୍ତା ବଢ଼ାଇଲା ଏହି ଘଟଣା। ପ୍ରତ୍ୟେକ ଦିନ ହଜାର ହଜାର ଛାତ୍ରୀ ସ୍କୁଲ ବସ୍ ରେ ଯାଉଥିବା ବେଳେ ଏହି ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

କାରଣ ୨ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ ହୋଇଛି। ତାହା ପୁଣି ଆଉ କେଉଁଠି ନୁହେଁ ବରଂ ତାଙ୍କ ନିଜ ସ୍କୁଲ ବସ୍ ଭିତରେ। ଯାହା ଅଭିଭାବକଙ୍କୁ ଭାବିବାକୁ ବାଧ୍ୟ କରିଦେଉଛି।

ହଁ ଆଜ୍ଞା ଏପରି ଏକ ଘଟଣା ଘଟିଛି ଗତକାଲି ଅର୍ତାତ୍ ୨୫ ତାରିଖ କଟକରେ। ଏକ ଘରୋଇ ସ୍କୁଲର ଛାତ୍ରୀ ସବୁଦିନ ପରି ସେଦିନ ବି ସ୍କୁଲ ଯାଇଥିଲେ। ହେଲେ ସେହି ସ୍କୁଲ ବସ୍ ର ଡ୍ରାଇଭର ରାକ୍ଷସ ସାଜିବ ବୋଲି କେହି କ’ଣ ଜାଣିଥିଲେ।

ଛୋଟ ଛୋଟ ପିଲା ଗୁଡ଼ାକ କେହି କିଛି ବୁଝିବା ଆଗରୁ ପିଶାଚ ବସ୍ ଡ୍ରାଇଭର ୨ ନାବାଳିକା ଝିଅଙ୍କ ଉପରେ ତା’ର ପାପ ଦୃଷ୍ଟି ପକାଇଥିଲା। ଆଉ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା।

ଘଟଣା ଜଣାପଡିବା ପରେ କ୍ୟାଣ୍ଟନମେଣ୍ଟ ଥାନାରେ ଏନେଇ ମାମଲା ରୁଜ୍ଜୁ ହୋଇଛି। ଏତଲା ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଯାହାପରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତେବେ ପ୍ରତ୍ୟେକ ଦିନ ହଜାର ହଜାର ଛାତ୍ରୀ ସ୍କୁଲ ବସରେ ଯିବା ଆସିବା କରୁଛନ୍ତି। ହେଲେ ଏପରି ଘଟଣା ଏକ ଲଜ୍ଜା ଜନକ ସ୍ଥିତି ସୃଷ୍ଟି କରିଛି।