fbpx

ମନୋକିନି ପିନ୍ଧି ସୁଇମିଂ ପୁଲରେ ମସ୍ତି କରୁଛନ୍ତି ଶମିତା ସେଠୀ, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୬ା୪ (ଓଡିଶା ଭାସ୍କର) : ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିବା ଶିଳ୍ପା ସେଠୀ କୁନ୍ଦ୍ରାଙ୍କ ଭଉଣୀ ଶମିତା ସେଠୀ ଖରାରେ ସୁଇମିଂ ପୁଲର ମଜା ନେଉଥିବା ଦେଖିବାକୁ ମିଳିଛି । ଏନେଇ ନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଇମିଂ ପୁଲରେ ମନୋକିନି ପିନ୍ଧି ଖରାର ମଜା ନେଉଥିବା ବେଳର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଖୁବ୍ ସୁନ୍ଦର ଏବଂ ହଟ୍ ଦେଖାଯାଉଛନ୍ତି । ଫଟୋରେ ତାଙ୍କୁ ଏକ ଅରେଞ୍ଜ କଲର୍ ର ମନୋକିନିରେ ଦେଖିବାକୁ ମିଳିଛି ।

ଶମିତାଙ୍କୁ ୪୧ ବର୍ଷ ହେଲାଣି ସତ କିନ୍ତୁ ତାଙ୍କ ହଟନେସ୍ କିଛି କମ୍ ନୁହେଁ । ଫଟୋଟିକୁ ସେୟାର କରି କ୍ୟାପସନ୍ ରେ ଲେଖିଛନ୍ତି ଯେ, “ନୋ କରୋନା ଟାଇମ୍ କୁ ଯିବାକୁ ଚାହୁଁଛି” । ବର୍ତ୍ତମାନ ଚାଲିଥିବା ଗ୍ରୀଷ୍ମର ମଜା ସେ ପୁଲରେ ସୁଇମିଂ କରି ନେଉଛନ୍ତି ।

ଅଭିନେତ୍ରୀ ଶମିତା ସେଠୀ ମଲ୍ଟିଷ୍ଟାଟର୍ ବ୍ଲକବଷ୍ଟର ଫିଲ୍ମ “ମୋହବତେ” ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ କୈଶ, ଜହର, ଫରେବ ଏବଂ ବେୱଫା ଭଳି ଫିଲ୍ମରେ ନଜର ଆସିଥିଲେ । ତେବେ ତାଙ୍କ କହିବା କଥା ଯେ, ସେ ବଲିଉଡରେ ୨୦ ବର୍ଷ ବିତେଇଛନ୍ତି । ତାହା ହିଁ ହେଉଛି ତାଙ୍କ ବଡ କଥା । ଏଥିସହିତ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ସେ କହିଛନ୍ତି ଯେ, ଏହା ହେଉଛି ଏକ ନକଲି ଦୁନିଆ, ଆଉ ଏଥିରେ ଆପଣ ସାବଧାନ ନ ରହିଲେ କେତେବେଳେ ଯେ ନିଜକୁ ହଜେଇ ଦେବେ ତାହା ଜାଣିପାରିବେନି ।

Get real time updates directly on you device, subscribe now.