fbpx

୧୭ ଜାନୁଆରୀରୁ ଆରମ୍ଭ ହେବ ଶନିଙ୍କ ରାଜଯୋଗ; ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ପଡିବ ଶନିଙ୍କ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ଆରମ୍ଭ ହେବ । ଫଳରେ ବର୍ଷ ଆରମ୍ଭରୁ ହିଁ ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ଚଳନ ଆରମ୍ଭ କରିବେ । ତେବେ ନ୍ୟାୟର ଦେବତା ଶନି ମଧ୍ୟ ନୂତନ ବର୍ଷ ଅର୍ଥାତ ୨୦୨୩ ମସିହା ଆରମ୍ଭରୁ ହିଁ ନିଜର ରାଶି ପରିବର୍ତ୍ତନ କରିବେ । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ବ୍ୟକ୍ତିଙ୍କୁ ଏନେଇ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବା ବେଳେ କିଛି ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ । ତେବେ ଶାସ୍ତ୍ର ଅନୁସାରେ ଶନି ଗ୍ରହ ୧୭ ଜାନୁଆରୀ ୨୦୨୩ରେ ନିଜର ସ୍ୱରାଶି କୁମ୍ଭକୁ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହା ଶୁଭ ପଞ୍ଚ ମହାପପୁରୁଷ ରାଜଯୋଗ ସୃଷ୍ଟି ହେବ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଶୁଭ ଏବଂ ଶକ୍ତିଶାଳୀ ରାଜଯୋଗ ଭାବେ ବିବେଚନା କରାଯାଏ । ତେବେ ୩୦ ବର୍ଷପରେ ଶନି ନିଜ ରାଶି କୁମ୍ଭରେ ପ୍ରବେଶ କରିବାରୁ ଏହା ୧୨ ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ଏହା ୫ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଆଗମୀ ବର୍ଷରେ ଅନେକ ସଫଳତା ହାସଲ କରିବା ସହ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ଶନିଙ୍କ ରାଶି ପରିବର୍ତ୍ତନ କାରଣରୁ ସୃଷ୍ଟି ହେବାକୁ ଥିବା ରାଜଯୋଗ ମେଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ନିଜ କାମରେ ସଫଳତା ପାଇବା ସହ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବେ । ଏଥିସହିତ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ହଠାତ୍ ଧନପ୍ରପ୍ତିର ମଧ୍ୟ ଯୋଗ ରହିଛି । ତେବେ ୨୦୨୩ ମସିହାର ଆରମ୍ଭ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ ।

ବୃଷ: ଶାସ୍ତ୍ର ଅନୁସାରେ କୁମ୍ଭ ରାଶିରେ ଶନିଙ୍କ ପ୍ରବେଶ କାରଣରୁ ଏହା ବୃଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବା ସହ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହା ଶୁଭ ଫଳ ପ୍ରଦାନ କରିବ ।

କନ୍ୟା: ଶନିଙ୍କ ପ୍ରଭାବରୁ ସୃଷ୍ଟି ହେବାକୁ ଥିବା ପଞ୍ଚମହାପୁରୁଷ ରାଜଯୋଗ କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଶୁଭ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେବା ସହ ଅନେକ ଦିନ ଧରି ଲାଗି ରହିଥିବା ବିବାଦ ଏବଂ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଏଥିସହିତ ଚିନ୍ତା ଦୁଃଖ ଆଦି ଦୂର ହେବ ଏବଂ ନିଜ ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ ।

ମକର: ଶନି ୧୭ ଜାନୁଆରୀ ୨୦୨୩ ମସିହାରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ । ଫଳରେ ଏହା ମକର ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟରରେ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ଚାକିରୀ ମିଳିବା ସହ ଚାକିରୀ କରିଥିବା ବ୍ୟକ୍ତିମାନଙ୍କର ପ୍ରମୋଶନ ହେବ । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ ।

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦୀର୍ଘ ୩୦ ବର୍ଷ ପରେ ସ୍ୱ ରାଶି କୁମ୍ବରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହା କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଉପରେ ଶୁଭ ଫଳ ପ୍ରଦାନ କରିବ । ଯେଉଁ କାରଣରୁ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହ ଧନ ପ୍ରପ୍ତିର ମଧ୍ୟ ଯୋଗ ରହିଛି ।

Get real time updates directly on you device, subscribe now.