fbpx

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

ପୁରୀ: ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ତାଙ୍କର ଶିଷ୍ୟଙ୍କ ସହ ଦର୍ଶନ କରିଛନ୍ତି । କୋଭିଡ୍ ମହାମାରୀ ଦୁନିଆରୁ ଦୂରେଇ ଯିବା ଏବଂ ଲୋକଙ୍କର କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମହାମାରୀ ଯୋଗୁଁ ଭକ୍ତଶୂନ୍ୟ ରଥଯାତ୍ରାକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ସେପଟେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ରାଲିରେ ଲକ୍ଷାଧିକ ଲୋକ ସାମିଲ ଘଟଣାକୁ ନେଇ ଜଗତଗୁରୁ କହିଛନ୍ତି ଯେ ନିର୍ବାଚନରେ ରାଜନେତା ମାନେ କୋଭିଡକୁ ଭୁଲିଯାଉଛନ୍ତି । କିନ୍ତୁ ଧାର୍ମିକ କାର୍ଯ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି ହେଉଛି । ଏଣୁ ରାଜନେତା ମାନେ ମଧ ଧ୍ୟାନ ଦେବା ଉଚିତ୍ । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେଉଥିବା ଶ୍ରୀମନ୍ଦିର ପରିଚଳନା କମିଟିରେ ତାଙ୍କ ମତାମତ ନିଆ ନ ଯିବାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଯେତେବେଳେ ହିନ୍ଦୁ ସନାତନ ଧର୍ମକୁ ଶଙ୍କରାଚାର୍ଯ୍ୟ ବିଲୁପ୍ତ ବେଳେ ପୁନଃସ୍ଥାପନା ଓ ପ୍ରଚାର କରିଥିଲେ ସେହି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅବହେଳା କରିବା ଦୁଃଖର ବିଷୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Get real time updates directly on you device, subscribe now.