ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର, ସୋସିଆଲ ମିଡିଆରେ ବାରାମତୀ ଭୋଟରଙ୍କୁ ପଠାଇଲେ ଭାବପୂର୍ଣ୍ଣ ବାର୍ତ୍ତା

ଶରଦ ପାୱାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ବାରାମତୀର ଜନସାଧାରଣଙ୍କ ପାଇଁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି।

ମହାରାଷ୍ଟ୍ର : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁଣିବାକୁ ଏହା ମିଳୁଛି ଯେ, ୮୫ ବର୍ଷିୟ ପାୱାର ବାରାମତୀରେ ହେବାକୁ ଥିବା ଉପନିର୍ବାଚନରେ ସେ ନିଜର ମତଦାନ କରିପାରିବେ ନାହିଁ । ଏଥିପାଇଁ ସେ ଭାବପ୍ରବଣ ହୋଇ ସୋସିଆଲ ମିଡିଆରେ ବାରାମତୀର ଜନସାଧାରଣଙ୍କ ପାଇଁ ଏକ ପୋଷ୍ଟ ଲେଖିଛନ୍ତି ।

ଶରଦ ପାୱାର ଲେଖିଛନ୍ତି ଯେ, “୧୯୬୭ରୁ ପ୍ରତିଦ୍ୱନ୍ଦୀତା କରୁଥିବା ନିଜର ପ୍ରଥମ ନିର୍ବାଚନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବାରାମାତୀ ବିଧାନସଭା କ୍ଷେତ୍ରରେ ନିଜର ମତଦାନ ବାରମ୍ବାର ସାବ୍ୟସ୍ତ କରିଛି ଆସିଛି । ବର୍ତ୍ତମାନ ୨୦୨୬ରେ ବାରାମତୀ ବିଧାନସଭା କ୍ଷେତ୍ରରେ ମହାରାଷ୍ଟ୍ରର ଜଣେ ଲୋକପ୍ରିୟ ନେତା ଅଜିତ ପାୱାର ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆକସ୍ମିକ ନିଧନର ଶୋକାକୁଳ ପରିସ୍ଥିତିରେ ଏହି ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ”

ଏହି ଉପନିର୍ବାଚନ ପାଇଁ ବାରାମତି ଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଥିବା ପରମ୍ପରା ଅନୁଯାୟୀ ମତଦାନ କରିବାର ନିର୍ଣ୍ଣୟ ନେଇଥିଲି । କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବା କାରଣରୁ ମୋତେ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଉପଚାର ଏବଂ ଅନିବାର୍ଯ୍ୟ ବିଶ୍ରାମ କାରଣରୁ ମୋତେ ମୁମ୍ବାଇରୁ ବାହାରକୁ ଯିବା ପାଇଁ ମନା ହୋଇଛି ।

ଏଥିପାଇଁ ଅତ୍ୟନ୍ତ ଦୁଃଖର ସହ ମୋତେ ନିଜର ମତଦାନରୁ ବଞ୍ଚିତ ହେବାକୁ ପଡୁଛି । ମୋ ଉପରେ ଅତ୍ୟନ୍ତ ବିଶ୍ୱାସ ରଖୁଥିବା ବାରାମତୀର ନାଗରିକ, ଭୋଟର ଏବଂ କାର୍ଯ୍ୟକର୍ତ୍ତା ତାହା ବୁଝିବେ ତାହା ମୋର ବିଶ୍ୱାସ । ଆମ ଦଳ ଏହି ନିର୍ବାଚନରେ ଶ୍ରୀମତୀ ସୁନେତ୍ରା ଅଜିତ ପାୱାରଙ୍କୁ ସମର୍ଥନ ଦେଇଛନ୍ତି । ସ୍ୱର୍ଗତ ଅଜିତ ପାୱାରଙ୍କ ପାଇଁ ଏହା ଆମ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ଅଟେ ।

ମୁଁ ବାରାମତୀର ସମସ୍ତ ଭୋଟରଙ୍କୁ ଅନୁରୋଧ କରୁଛି ସୁନେତ୍ରା ଅଜିତ ପାୱାରଙ୍କୁ ଭୋଟ ଦେଇ ଅଜିତ ପାୱାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ । ବାରାମତୀର ଭୋଟର ମୋ ଉପରେ ଦୀର୍ଘ ସମୟ ଧରି ବିଶ୍ୱାସ ରଖିଥିଲେ । ମୋର ବିଶ୍ୱାସ ଅଛି ଯେ, ସମସ୍ତେ ମୋର ବିଶ୍ୱାସର ମାନ ରଖିବେ ।