fbpx

ମନ୍ଥର ବେଗରେ ଖୋଲିଲା ସେୟାର ମାକେର୍ଟ; ସେନସେକ୍ସ ୨୫୮ ପଏଣ୍ଟ ତଳକୁ ଖସି ୪୭,୮୨୨ ରେ ଖୋଲିଲା ସେୟାର ବଜାର

ନୂଆ ଦିଲ୍ଲୀ, ୨୩/୦୪: ସପ୍ତାହର ଶେଷ କାର୍ଯ୍ୟ ଦିବସରେ ସେୟାର ମାର୍କେଟ ନିମ୍ନଗାମୀ ରହିଛି । ସୂଚକାଙ୍କ ନାଲି ସଂଙ୍କେତ ତଳେ ରହିଛି । ବିଏସଇର ସେନସେକ୍ସ ୨୫୮ ପଏଣ୍ଟ ତଳକୁ ଖସି ୪୭,୮୨୨ରେ ଖୋଲିଛି । ସେହିଭଳି ନିଫ୍ଟି ୩୭ ପଏଣ୍ଟ ଅର୍ଥାତ ୨୬% ଖସି ୧୪,୩୬୮ ପଏଣ୍ଟରେ ଖୋଲିଛି । ଏହା ପୂର୍ବ ସପ୍ତାହରେ ମଧ୍ୟ ବଜାର ପତନ ସହ ବନ୍ଦ ହୋଇଥିଲା । ଗୁରୁବାର ବିଏସଇର ପ୍ରମୁଖ ଇଣ୍ଡେକ୍ସ ୩୫୯ ପଏଣ୍ଟ ବଢି ୪୮,୦୬୫ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୧୦୨ ପଏଣ୍ଟ ବଢି ୧୪,୩୯୯ ରେ ବନ୍ଦ ହୋଇଥିଲା ।

ଶୁକ୍ରବାର  ମାର୍କେଟ ଖୋଲିଲା ବେଳେ୧୭୩୩ କଂପାନୀଙ୍କର କାରବାର ହୋଇଥିଲା । ଏଥିରେ ୧୧୬୭ ସେୟାର ବଢିଥିବାବେଳେ ୪୮୮ ସେୟାର ପତନ  ସହ କାରବାର କରୁଛନ୍ତି ।

ଆଜି ପାୱର ଗ୍ରୀଡର ସେୟାରରେ ଶୀଘ୍ରତା ଦେଖିବାକୁ ମିଳିଛି,୩.୧୨% ଶୀଘ୍ରତା ସହ କାରବାର ଚଳାଇଛି । ଏହା ପରେ ଟାଟା ଷ୍ଟିଲର ସେୟାରରେ ୨.୩୨% ବଢିଛି । JSW STEEL ଏବଂ ଏସିଆନ ପେଣ୍ଟସର ସେୟାରରେ ୧% ଲେଖାଏଁ ବଢିଛି । ସେହିଭଳି ୱିପ୍ରୋର ସେୟାରରେ ମଧ୍ୟ ତଳକୁ ଖସିଛି । ଯେତେବେଳେକି କାଲି ୱିପ୍ରୋର ସେୟାରେ ଉନ୍ନତି ହୋଇଥିଲା  ।  TECHM ର ସେୟାରରେ ପତନ ଦେଖିବାକୁ ମିଳିଛି । HEROMOTOCORP ଏବଂ ICICI BANK ର ସେୟାରରେ ମଧ୍ୟ ପତନ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.