fbpx

ସେୟାର ବଜାରରେ ଆଶ୍ୱସ୍ତି, ୫୨୪ ପଏଣ୍ଟ ସହିତ ଖୋଲିଲା ସେୟାର ମାର୍କେଟ

ନୂଆ ଦିଲ୍ଲୀ, ୨୦/୪: ଦେଶରେ କରୋନା ସଂକ୍ରମଣର ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାବେଳେ, ଏହାର ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳୁଛି । ସୋମବାର ସେୟାର ବଜାରରେ ବଡ ଧରଣର କ୍ଷତି ଦେଖିବାକୁ ମିଳିଥିଲା  । ତେବେ ଆଜି ମଙ୍ଗଳବାର ସେୟାର ବଜାରରେ ତ୍ରୀବତ୍ର ଦେଖିବାକୁ ମିଳିଛି । ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୫୨୪ ପଏଣ୍ଟ ସହିତ ୪୮,୪୭୩ ରେ ଖୋଲିଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ର ନିଫ୍ଟି ୧୬୭ ପଏଣ୍ଟର ଶୀଘ୍ରତା ସହ  ୧୪,୫୨୬.୭୦ ସହ ଖୋଲିଥିଲା । ଆରମ୍ଭରେ ପ୍ରାୟ ୧୦୯୦ ସେୟାରରେ ଶୀଘ୍ରତା ଏବଂ ୨୧୦ ସେୟାର ନିମ୍ନଗାମୀ ହୋଇଥିଲା  । ଆଇଟି ଛଡା ଅନ୍ୟ ସବୁ କ୍ଷେତ୍ରର ସୂଚକାଙ୍କ ସବୁଜ ସଂଙ୍କେତ ଉପରେ ରହିଥିଲା  । ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସରେ ୨ % ବଢିଥିଲା ।

ସୋମବାର ମାର୍କେଟରେ ବଡ କ୍ଷତି ଦେଖିବାକୁ ମିଳିଥିଲା ।

ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାବେଳେ ସୋମବାର ସେୟାର ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ର ସେନସେକ୍ସ ସକାଳ ୯.୧୫ ରେ ୮୯୦ ପଏଣ୍ଟ ର ବଡ ପତନ ସହ ୪୭,୯୪୦ ପଏଣ୍ଟରେ ଖୋଳିଥିଲା । ସକାଳ ୯.୪୦ରେ ସେନସେକ୍ସ ପୁଣି ୧୪୪୮ ପଏଣ୍ଟ ଖସି ୪୭,୩୮୪.୬୪ରେ ପହଞ୍ଚି ଥିଲା । କାରବାର ଶେଷରେ ସେନସେକ୍ସ ୮୮୨.୬୧ ପଏଣ୍ଟର ପତନ ସହ ୪୭,୯୪୯.୪୨ରେ ବନ୍ଦ ହୋଇଥିଲା ।

ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚର ନିଫ୍ଟି ୩୧୧ ପଏଣ୍ଟ ଖସି ୧୪,୩୦୬ରେ ଖୋଲିଥିଲା । ଏବଂ କିଛି ସମୟ ପରେ ୪୧୯ ପଏଣ୍ଟ ଖସି  ୧୨୪,୧୯୮.୭୫ରେ ପହଞ୍ଚିଥିଲା  । କାରବାର ଶେଷରେ ନିଫ୍ଟି ୨୫୮.୪୦ ପଏଣ୍ଟ ର ପତନ ସହ ୧୪,୩୫୯.୪୫ରେ ପହଞ୍ଚିଥିଲା ।

Get real time updates directly on you device, subscribe now.