fbpx

୨୦୦ ପଏଣ୍ଟ ସହିତ ଖୋଲିଲା ସେୟାର ବଜାର , ୧୪,୩୦୦ ଉପରେ ନିଫ୍ଟି

ମୁମ୍ବାଇ ,13/4 : ଦେଶରେ ବୃଦ୍ଧି ପାଉଥିବା କାରେନାର ଦ୍ୱିତୀୟ ଲହରୀର ପ୍ରଭାବ ସେୟାର ବଜାର ଉପରେ ପଡୁଥିବାବେଳେ । ସେମାବାର ସେୟାର ବଜାରରେ ବଡ ପତନ ଦେଖିବାକୁ ମିଳିଥିଲା । ଆଜି ସପ୍ତାହର ଦ୍ୱିତୀୟ ଦିନରେ କାରବାର ଗ୍ରୀନ ସିଗ୍ନାଲ ସହ ଖୋଲିଛି । ବମ୍ବେ ଷ୍ଟକ ଏକ୍ସେଞ୍ଜ ର ପ୍ରମୁଖ ସୂଚକାଙ୍କ ସେନସେକ୍ସ ପାଖା ପାଖି ୨୦୦ ପଏଣ୍ଟ ବଢି ୪୮.୦୭୫ ପଏଣ୍ଟ ସହ ଖୋଲିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସେଞ୍ଜର ନିଫ୍ଟି ୫୮ ପଏଣ୍ଟ ସହ ୧୪,୩୬୯ ପଏଣ୍ଟରେ ଖୋଲିଛି ।
ସପ୍ତାହର ପ୍ରଥମ ଦିନରେ ବଜାର ଭାରି ପତନ ସହ ବନ୍ଦ ହୋଇଥିଲା । ସେନସେକ୍ସ ୧୭୦୭.୯୪ ପଏଣ୍ଟ ଖସି ୪୭୮୮୩.୩୮ ରେ ବନ୍ଦ ହୋଇଥବାବେଳେ ନଫ୍ଟି ୫୨୪.୧୦ ପଏଣ୍ଟ ଖସି ୧୪୩୧୦.୮୦ରେ ବନ୍ଦ ହୋଇଥିଲା ।
ବ୍ୟବସାୟୀଙ୍କ କହିବା ଅନୁଯାୟୀ ମହାମାରୀର ଦ୍ୱୀତୀୟ ଲହରୀର ଭୟାବହତା ଯୋଗୁଁ ଏବଂ ସ୍ଥାନୀୟ ଲକ ଡାଉନ ବଢିବା ଯୋଗୁଁ ପ୍ରତିଭାଗୀଙ୍କ ଦ୍ୱାରା ରିକଭରୀର ଆକଳନ କରାଯାଉଛି । ସେହିପରି ଟଙ୍କା ତୁୂଳନାରେ ଡଲାର ମୂଲ୍ୟ ୭୫ ଟଙ୍କା ଉପରେ ରହିଛି । ସୋମବାର ୩୨ ପଇସା ପତନ ସହ ପ୍ରତି ଡଲାର ତୁଳନାରେ ଟଙ୍କା ୭୫.୦୫ରେ ରହିଥିଲା ।

Get real time updates directly on you device, subscribe now.