fbpx

ପୁଣିଥରେ ଚମକି ଉଠିଲା ସେୟାର ମାର୍କେଟ, ମାଲାମାଲ ନିବେଶକ

ମୁମ୍ବାଇ: କିଛି ଦିନ ଦୁର୍ବଳ ପ୍ରଦର୍ଶନ ପରେ ଭାରତୀୟ ସେୟାର ବଜାର ପୁଣିଥରେ ଚମକି ଉଠିଛି। ଭାରତୀୟ ଷ୍ଟକ୍ ମାର୍କେଟରେ ନିବେଶକଙ୍କ ଧାରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ସେନ୍ସେକ୍ସ ଏବଂ ନିଫ୍ଟି ପୁଣିଥରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ପଟେ, ସେନସେକ୍ସ ଏବଂ ନିଫ୍ଟି ପୁଣି ୫୨ ସପ୍ତାହ ସର୍ବାଧିକ ସ୍ତରରେ ପହଂଚିବା ସହିତ ସର୍ବକାଳୀନ ଉଚ୍ଚତାକୁ ଛୁଇଁ ପାରିଛି।ସେନ୍ସେକ୍ସ ୬୨,୪୦୦ ସ୍ତର ଅତିକ୍ରମ କରିଥିବାବେଳେ ନିଫ୍ଟି ମଧ୍ୟ ଆଶ୍ଚର‌୍ୟ୍ୟଜନକ ୧୮,୫୦୦ ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି।

ଆଜି ବଜାର ଖୋଲିବା ସମୟରେ ସେନ୍ସେକ୍ସ ୬୨,୩୨୭.୮୮ ରେ ଖୋଲିଥିଲା। ଏବଂ ୨୦.୯୬ (୦.୦୩୪%) ଲାଭ ସହିତ ସେନ୍ସେକ୍ସ ୬୨,୨୯୩.୬୪ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ, ସେନ୍ସେକ୍ସ ସର୍ବନିମ୍ନ ୬୨,୧୧୫.୬୬ ଏବଂ ଏହାର ସର୍ବାଧିକ ବୃଦ୍ଧି ୬୨,୪୪୭.୭୩ ପଏଣ୍ଟ ଥିଲା। ଏହା ସହିତ, ସେନ୍ସେକ୍ସ ଏକ ୫୨-ସପ୍ତାହ ଉଚ୍ଚ ଏବଂ ସର୍ବକାଳୀନ ଉଚ୍ଚତା ୬୨,୪୪୭.୭୩ରେ ପହଞ୍ଚିଛି।

ଏହା ବ୍ୟତୀତ ନିଫ୍ଟି ୧୮,୫୨୮.୪୫ ପଏଣ୍ଟରେ ଖୋଲିଥିବା ବେଳେ ୨୮.୬୫ (୦.୧୬%) ଲାଭ ସହିତ ୧୮,୫୧୨.୭୫ ସ୍ତରରେ ବନ୍ଦ ହୋଇଥିଲା। ଏହି ସମୟ ମଧ୍ୟରେ, ନିଫ୍ଟିର ଉଚ୍ଚ ମୂଲ୍ୟ ୧୮,୫୩୪.୯୦ ଏବଂ ଏହାର କମ୍ ମୂଲ୍ୟ ୧୮,୪୪୫.୧୦ ଥିଲା। ଏହା ସହିତ, ନିଫ୍ଟି ୫୨ ସପ୍ତାହ ଏବଂ ସର୍ବକାଳୀନ ୧୮,୫୩୪.୯୦ ସ୍ତରର ଉଚ୍ଚତାରେ ପହଞ୍ଚିଛି।

Get real time updates directly on you device, subscribe now.