fbpx

ଆଜିଠୁ ଖୋଲିବ ଶିମିଳିପାଳ

କରଞ୍ଜିଆ(ଓଡ଼ିଶା ଭାସ୍କର): ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲୁଛି ଶିମିଳିପାଳ ଅଭୟାରଣ୍ୟ । ସକାଳ ୬ଟାରୁ ୯ଟା ମଧ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ ଅନୁମତି ମିଳିବ । ପିଠାବଟା ଗେଟ୍ ପଟରୁ ୨୫ଟି ଚାରିଚକିଆ ଗାଡ଼ିକୁ ଅନୁମତି ମିଳିବ । ସେହିପରି ଯଶିପୁର ଗେଟ୍ ପଟରୁ ୩୫ଟି ଚାରିଚକିଆ ଗାଡ଼ିକୁ ମିଳିବ ଅନୁମତି । ତେବେ କରୋନା ମହାମାରୀ କାରଣରୁ ଭିଡକୁ ଏଡ଼ାଇବା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ କମିଥିବାରୁ ପୁଣିଥରେ ଖୋଲାଯିବା ନେଇ ଅନୁମତି ଦିଆଯାଇଛି । ତେବେ ଅଭୟାରଣ୍ୟକୁ ଆସିବା ସମୟରେ ସମସ୍ତ ପ୍ରକାର କରୋନା ଗାଇଡଲାଇନ୍ କୁ ମାନିବାକୁ ପର୍ଯ୍ୟଟକଙ୍କୁ ଅପିଲ୍ କରାଯାଇଛି । ମହାମାରୀ କାରଣରୁ ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ଉଜୂଡ଼ି ଯାଇଥିବା ବେଳେ ଅଭୟାରଣ୍ୟ ଏବଂ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳକୁ ସରକାରଙ୍କ ପକ୍ଷରୁ ଖୋଲିବା ନେଇ ଅନୁମତି ଦିଆଯାଉଛି ।

Get real time updates directly on you device, subscribe now.