fbpx

ପୁରୀ ସମୁଦ୍ର କୂଳରେ ଲାଗିଲା ଶିବଲିଙ୍ଗର ଶିଳା, ଦେଖନ୍ତୁ Video

ପୁରୀ,(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମିରେ ଶିବଲିଙ୍ଗର ଶକ୍ତି ଶିଳା। ସ୍ଥାନୀୟ ପ୍ରାଚୀ ହୋଟେଲ ନିକଟସ୍ଥ ସମୁଦ୍ର କୂଳରେ ଏକ ଶିବଲିଙ୍ଗର ଶକ୍ତି ବା ତଳ ଅଂଶ ଉଦ୍ଧାର ହୋଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଏହା କେଉଁଠାରୁ ଆସିଲା ବୋଲି ସମସ୍ତଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି । ବେଳାଭୂମିର ଲାଇଟ ହାଉସ ଛକରେ ଦେଖିବାକୁ ମିଳିଥିଲା ଏହି ଶିବ ଲିଙ୍ଗ ଶୀଳା । ଏହି ଶୀଳାଟି ଅତ୍ୟନ୍ତ ପୁରାତନ ବୋଲି ଅନୁମାନ କରାଯାଉଛି । ତେବେ ଏହା କେଉଁଠାରୁ ଆସିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଲୋକମାନେ ଏହାକୁ ଟେକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ଏହାକୁ ଉଠେଇ ପାରିନଥିଲେ । ଏହି ଶୀଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଶକ୍ତି ଶିଳାକୁ ପ୍ରଥମେ ମତ୍ସଜୀବୀମାନେ ଦେଖିଥିବା କୁହାଯାଉଛି । ଏହି ଶକ୍ତିଶିଳାରେ ଶିବଲିଙ୍ଗ ନଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଶିବ ଲିଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ଏହି ଶିବ ଲିଙ୍ଗ ନଦୀରେ କେଉଁ ଆଡୁ ଭାସି ଆସି ସମୁଦ୍ରରେ ମିଶିବା ପରେ ବେଳାଭୂମିରେ ଉଭା ହୋଇଛି କି କେହି କେହି ଏମତି ସନ୍ଦେହ ମଧ୍ୟ କରୁଛନ୍ତି।

ତେବେ କିଏ ଓ କାହିଁକି ଶିବଙ୍କ ଲିଙ୍ଗଙ୍କ ଏହି ତଳ ଅଂଶକୁ ଫିଙ୍ଗି ଦେଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ସେହି କଥା। ଦିନେ ଏହି ପୁରୀ ସମୁଦ୍ର କୂଳରେ ଲାଗିଥିଲା ଶ୍ରୀଜଗନ୍ନାଥଙ୍କ ଦାରୁ। ଆଉ ସେହି ଦାରୁ ହିଁ ଦାରୁବ୍ରହ୍ମ ହୋଇ ଶ୍ରୀମନ୍ଦିରରେ ସ୍ଥାନ ପାଇଥିଲେ। ଏବେ ଏ ପୁଣି ମହାଦେବଙ୍କର କେଉଁ ଲୀଳା। ଏହା କେମିତି ଓ କେଉଁଠୁ ଆସିଲା ଜାଣିବା ଲାଗି ମଧ୍ୟ ସେତିକି ଜିଜ୍ଞାସା ଦେଖାଦେଇଛି। କିନ୍ତୁ କଣ ମାଳିକାର ସେହି ଉପାଖ୍ୟାନକୁ ଏହା ମନେ ପକାଉଛି । କଣ ଏକ ନୂଆ ଯୁଗର ଅୟମଆରମ୍ଭ ହେବାକୁ ଯାଉଛି। ଯାହାର ସୂଚନା ଦେଉବାକୁ ଉଭା ହୋଇଛି ଏହି ଶକ୍ତିଶିଳା। ଲୋକଙ୍କ ମଧ୍ୟରେ ନାନା ଆଲୋଚନା। କିଏ କହୁଛି ଏହି ଶିଳାର ରହିଛି ପ୍ରାଚୀନ ପୁରୀ ଐତିହ୍ୟ ସହିତ ସଂପର୍କ। ଏହି ଶିବଲିଙ୍ଗ ଶିଳାକୁ ନେଇ ଏଏସଆଇ ତଦନ୍ତ ଓ ପରୀକ୍ଷଣ କଲେ ପ୍ରକୃତ ତଥ୍ୟ ଜଣା ପଡ଼ନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Get real time updates directly on you device, subscribe now.