fbpx

ରାଜ୍ୟସଭା ନିର୍ବାଚନ: ସଂଖ୍ୟାର ଖେଳରେ ଜିତିବା ପାଇଁ ଛୋଟ ଛୋଟ ଦଳଙ୍କୁ ନିଜ ସପକ୍ଷକୁ ଆଣିବାକୁ ପ୍ରୟାସ କରୁଛି ଶିବସେନା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ତେଣୁ ୧୦ ତାରିଖରେ କେବଳ ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ତେବେ ରାଜ୍ୟସଭା ନିର୍ବାଚନର ୬ଟି ସିଟ୍ ପାଇଁ ଏଥର ଲଢ଼େଇ ହେବ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ଜୋରସୋରରେ ଲାଗି ପଡ଼ିଛନ୍ତି । ତେବେ ଶିବସେନା ଏପରି ସ୍ଥିତିରେ ନିଜର ବିଜୟ ପାଇଁ ଛୋଟ ଛୋଟ ଦଳଙ୍କୁ ନିଜ ସପକ୍ଷକୁ ଆଣିବା ପ୍ରୟାସରେ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ମହାବିକାଶ ଅଘାଡ଼ି ଗଠବନ୍ଧନର ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ୍ ରହିଛି । ଚଳିତ ନିର୍ବାଚନରେ ବିଜେପି ୩, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ୧ ଲେଖାଏଁ, ଶିବସେନା ୨ ପ୍ରାର୍ଥୀଙ୍କୁ ମୈଦାନକୁ ଛାଡ଼ିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.