fbpx

ବିବାହ ପୂର୍ବରୁ ଏବଂ ବିବାହ ପରେ ଯୌନ ସମ୍ପର୍କ ଉପରେ ଆସିଲା ଚକିତ କଲାଭଳି ସରକାରୀ ରିପୋର୍ଟ

ନୁଆଦିଲ୍ଲୀ: ବିବାହ ପରେ କେତେ ଭାରତୀୟ ସେକ୍ସ କରନ୍ତି ତାହା ଜାତୀୟ ପରିବାର ସ୍ୱାସ୍ଥ୍ୟ(ଏନଏଫଏଚଏସ) ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେରେ ଭାରତୀୟଙ୍କୁ ବିବାହ, ସେକ୍ସ ଏବଂ ସେକ୍ସୁଆଲ ପାର୍ଟନରଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହି ରିପୋର୍ଟରେ ବିବାହ ପୁର୍ବରୁ ଏବଂ ବିବାହ ପରେ ସେକ୍ସ କରିବାର ବୟସ ସମ୍ପୁର୍ଣ୍ଣ ଭିନ୍ନ ଭିନ୍ନ ମିଳିଥିଲା । ତେବେ ଏହି ସର୍ଭେରେ ଜାଣିବାକୁ ପ୍ରୟାସ କରାଯାଇଥିଲା ଯେ, କ’ଣ ଭାରତୀୟ ସତରେ ବିବାହ ପୁର୍ବରୁ ସେକ୍ସ କରନ୍ତି । ତେବେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତୀୟମାନେ ବିବାହ ପୁର୍ବରୁ ସେକ୍ସ କରନ୍ତି, କିନ୍ତୁ ତାହା ସମସ୍ତ ସମୁଦାୟର ଏହାର ପ୍ରତିଶତ ଅଲଗା ଅଲଗା ରହିଛି ।

ରିପୋର୍ଟ ମୁତାବକ ବିବାହ ପୁର୍ବରୁ ସେକ୍ସ କରିବାରେ ପୁରୁଷଙ୍କ ତୁଳନାରେ ମହିଳା ସମ୍ପୁର୍ଣ୍ଣ ବିପରିତ । ସର୍ଭେରୁ ଜଣାପଡ଼ିଛି ଯେ, ୭.୪% ପୁରୁଷ ଏବଂ ୧.୫% ମହିଳା କହିଛନ୍ତି ଯେ ସେମାନେ ବିବାହ ପୁର୍ବରୁ ସେକ୍ସ କରିଛନ୍ତ । ସର୍ଭେରେ ପ୍ରାୟ ୧୨% ଶିଖ୍ ପୁରୁଷ କହିଛନ୍ତି ଯେ, ସେମାନେ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ ରଖିଛନ୍ତି । ଯେ କୌଣସି ଧର୍ମ ସମ୍ପ୍ରଦାୟରେ ଏହି ପ୍ରତିଶତ ସବୁଠୁ ଅଧିକ ଅଟେ । ତେବେ ୦.୫% ଶିଖ୍ ମହିଳା ବିବାହ ପୁର୍ବରୁ ଶାରୀରିକ ସମ୍ପର୍କ ରଖନ୍ତି, ଯାହା ସବୁଠୁ କମ୍ ରହିଛି ।

ସେହିପରି ହିନ୍ଦୁ ପୁରୁଷ ୭.୯%, ମୁସଲିମ ପୁରୁଷ ୫.୪% ଖ୍ରିଷ୍ଟ୍ରୀଆନ ୫.୯ ବିବାହ ପୁର୍ବରୁ ସେକ୍ସ କରିଥାନ୍ତି । ତେବେ ମହିଳାଙ୍କ କ୍ଷେତ୍ରରେ ଦେଖିଲେ ୧.୫%ହିନ୍ଦୁ, ୧.୪% ମୁସଲିମ, ୧.୫% ଖ୍ରିଷ୍ଟ୍ରୀଆନ ମହିଳା ମାନିଛନ୍ତି ଯେ, ସେମାନେ ବିବାହ ପୁର୍ବରୁ ଶାରୀରିକ ସମ୍ପର୍କର ରହିଥାନ୍ତି ।

ତେବେ ଏହି ରିପୋର୍ଟରୁ ଗୋଟିଏ ଚିନ୍ତାଜନକ ଖୁଲାସା ହୋଇଛି । ତାହା ହେଉଛି ଆର୍ଥିକ ସମସ୍ୟା । ଆର୍ଥିକ ସମସ୍ୟା କାରଣରୁ ଧନୀ ଶ୍ରେଣୀର ପୁରୁଷମାନେ ଗରିବ ଘରର ଯୁବତୀମାନଙ୍କୁ ବିବାହ ପ୍ରତିଶୃତି ଦେଇ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥାନ୍ତି ଏବଂ ପରେ ସେମାନଙ୍କୁ ଛାଡ଼ି ଦେଇଥାନ୍ତି ।

ଏହା ବାଦ୍ ବିବାହ ପରେ ଅନ୍ୟ ପୁରୁଷ/ମହିଳାଙ୍କ ସହ ସମ୍ପର୍କ ରଖିବାରେ ପୁରୁଷ ଏବଂ ମହିଳା ପ୍ରାୟ ସମାନ ଭାବରେ ରୁଚି ରଖିଥାନ୍ତି । ତେବେ ମହିଳାମାନେ ଏହାକୁ ବହୁତ୍ କମ୍ ଖୋଲାଖୋଲି ଭାବରେ ସ୍ୱୀକାର କରନ୍ତି । ୧.୭% ମହିଳା ବିବାହ ପରେ ଅନ୍ୟ ମାନଙ୍କ ସହ ସମ୍ପର୍କ ରଖୁଥିବା ବେଳେ ୨.୧% ପୁରୁଷ ଏପରି କରିଥାନ୍ତି । ୨୦୦୬ ଏନଏଫଏଚଏସ ଦେଖିଲେ ଜଣାପଡ଼େ ଯେ, ସେ ସମୟରେ ୧.୨% ମହିଳା ଏବଂ ୧.୪୯% ପୁରୁଷ ବିବାହ ପରେ ଅନ୍ୟତ୍ର ସମ୍ପର୍କ ରଖିଥାନ୍ତି ।

 

 

 

 

 

Get real time updates directly on you device, subscribe now.