fbpx

ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ

ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥର ମଧ୍ୟ କୋଭିଡ କଟକଣା ଯୋଗୁଁ ହେବାକୁ ଯାଉଛି ଭକ୍ତଶୂନ୍ୟ ରଥଯାତ୍ରା । ତେବେ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼କ୍ଟର କ୍ରିସନ କୁମାର ରଥାରୂଢ଼ ଶ୍ରୀଜିଉଁଙ୍କୁ ଦର୍ଶନ କରିବାପାଇଁ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି । ମନ୍ଦିର ପ୍ରଶାସନର ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଗୋବର୍ଦ୍ଧନ ପିଠାଧୀଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ରଥଯାତ୍ରା ଦିନ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗୋବର୍ଦ୍ଧନ ପୀଠର ୭ ଜଣ ରଥ ପ୍ରଦୀକ୍ଷଣଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସହମତି ମିଳିଛି ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ କହିଛନ୍ତି ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବା କଥା ମାତ୍ର ତାଙ୍କୁ ପରିଚାଳନା କମିଟି ବୈଠକରେ ସାମିଲ କରାଯାଉ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ।

Get real time updates directly on you device, subscribe now.