fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇ ତଦନ୍ତ ଦାବି କଲେ ବିଜୟ ମହାପାତ୍ର

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । । ବିବାଦ ବଢ଼ିବା ସହ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ଆଉ ଏହି ପ୍ରକଳ୍ପ ରାଜନେତା ମାନଙ୍କ ପାଇଁ ଏକ ରାଜନୈତିକ ବିଷୟ ବସ୍ତୁ ପାଲଟି ଯାଇଛି । ମନ୍ଦିରକୁ ଆଡରେ ରଖି ବର୍ତ୍ତମାନ ରାଜନୀତିର ଗୋଟି ଖେଳୁଛନ୍ତି ନେତା । କେତେବେଳେ ମନ୍ଦିର ପରିଷର ତ କେତେବେଳେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ବିଭିନ୍ନ ରାଜନୈତିକ ନାଟକ ରୂପାନ୍ତିକରଣ କରାଯାଉଛି ।

ଏହି ଘଟଣା ଏବେ ଏକ ସାମାନ୍ୟ ଘଟଣା ହୋଇ ରହିନାହିଁ ବରଂ ହାଇକୋର୍ଟ ପର୍ଯ୍ୟନ୍ତ କଥା ଗଲାଣି । ଘଟଣାଟି ଏବେ ହାଇକୋର୍ଟରେ ବିଚାରଧୀନ ଥିବା ବେଳେ ଏଏସଆଇ ଏହାକୁ ନେଇ ଏବେ ନିଜ ତଥ୍ୟ ପ୍ରଦାନ କରିଛନ୍ତି । ସୂଚନାମୁତାବକ ମୌଳିକ ଭାବରେ ମନ୍ଦିରର ୨୦୦ ମିଟର ପରିଧି ଏଏସଆଇର ଅଧୀନରେ ଅଛି । ଏଏସଆଇ ଯଦି ସଠିକ୍ ପଦକ୍ଷେପ ନେଇଥାନ୍ତା ତେବେ ଆଜି ଏହି ବିବାଦ ଉପୁଜି ନଥାନ୍ତା । ପ୍ରଥମ ବିବାଦ ମଠ ଭଙ୍ଗା ଯିବା ଘଟଣା ଥିଲା ଯାହା ସମ୍ପୁର୍ଣ୍ଣ ବେଆଇନ ଥିଲା ।

ତେବେ ବିରୋଧୀଙ୍କ ଦାବି ଅନୁସାରେ ଯଦି ପ୍ରଥମରୁ ରାଜ୍ୟ ସରକାର ନିଜର ଦାଇତ୍ୱକୁ ସୁଚାର ରୂପେ କାର୍ଯ୍ୟକାରୀ କରିଥାନ୍ତେ ଅବା ଏକ ଏକ୍ସପୋର୍ଟ ଟିମ୍ ଗଠନ କରିଥାନ୍ତେ ତାହା ହେଲେ କଥା ବିବାଦର ରୂପ ନେଇ ନଥାନ୍ତା । କିନ୍ତୁ ରାଜ୍ୟ ସରକାର ତାଙ୍କର ସଠିକ୍ ଦାୟିତ୍ୱ ତୁଲାଇନାହାନ୍ତି । ତେଣୁ ଏହି ଶ୍ରୀମନ୍ଦିର ପ୍ରକଳ୍ପ ଘଟଣାରେ ମୁଖ୍ୟ ଆସାମୀ ଏଏସଆଇ କି ରାଜ୍ୟ ସରକାର ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡୁନାହିଁ ।

ତେଣୁ ଏହି ଘଟଣାର ସତ୍ୟାସତ ଜାଣିବା ପାଇଁ ଏହି ଘଟଣାକୁ ଏବେ ସିବିଆଇକୁ ହସ୍ତାନ୍ତର କରାଯାଉ । ସିବିଆଇ ତଦନ୍ତ କରି ଏହି ବିବାଦକୁ ସମାଧାନ କରୁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି । ପ୍ରଥମେ ମନ୍ଦିର ସୁରକ୍ଷା ପାଇଁ ବିଶେଷଜ୍ଞ ଦଳ ଗଠନ କରାଯାଉ ଆବଶ୍ୟକ ବୋଲି ବିଜେପି ନେତା ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣା ପୁରୀରେ ପ୍ରଥମ ନୁହେଁ ଏହିଭଳି ସମାନ ଘଟଣା ଗୁଜୁରାଟର ଅହମ୍ମାବାଦରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଏଏସଆଇ ଫେକ ଅନୁମତି ଦେଇଥିଲା । ଆଉ ଏହି ଘଟଣାରେ ଫଳରେ ଏଏସଆଇ ଅଫିସର ଓ ରାଜ୍ୟ ସରକାରଙ୍କ ଅଫିସରଙ୍କୁ ସିବିଆଇ ଗିରଫ କରିଥିଲା । ଯଦି ଗୁଜୁରାଟରେ ଏହି ଏହି ବିବାଦର ସମାଧାନ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଇ ପାରିଲା ତେଣୁ ଓଡିଶାରେ କାହିଁକି ଏହି ବିବାଦ ଉପରେ ଘଣ୍ଟ ଘୋଉଡା ଯାଉଛି । ଯଥା ଶୀଘ୍ର ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରି ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।

Get real time updates directly on you device, subscribe now.