କ୍ଷମା ମାଗିଲେ ଶୁଭଙ୍କର; ଶ୍ରୀମନ୍ଦିରକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ଯ ପାଇଁ ଭୁଲ ମାଗିଲେ, ପୁରୁଣା ଭିଡିଓ ଡିଲିଟ କରିଥିବା ସ୍ପଷ୍ଟ କଲେ…
ଅନ୍ଯ ପ୍ଲାଟଫର୍ମରୁ ହଟାଇବାକୁ ମଧ୍ୟ କଲେ ଦାବି...
ଓଡିଶା ଭାସ୍କର: କ୍ଷମା ମାଗିଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର। ନିଜ ୟୁଟୁବ ଚ୍ଯାନେଲରେ ଭିଡିଓ ପୋଷ୍ଟ କରି ଯମା ମାଗିଲେ ଶୁଭଙ୍କର ମିଶ୍ର। ଏହାସହ ରଖିଲେ ନିଜ ମନ୍ତବ୍ଯ।
“ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି। ମୁଁ କହିଥିବା କଥା କଳ୍ପନା ନୁହେଁ କିମ୍ବା ଏହା ମନରୁ କହିନାହିଁ। ବିଭିନ୍ନ ସୋସିଆଲ ମିଡିଆ ଓ ୱେବସାଇଟରେ ଆଗରୁ ଏହା ମାଧ୍ୟମରେ କୁହାଯାଇଥିଲା। ତଥାପି ଯଦି କାହାର ଭାବନାକୁ ଆଘାତ ଲାଗିଥିଲେ କ୍ଷମା ମାଗୁଛି, କ୍ଷମା କରିଦେବ ବୋଲି କହିଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର।
ଏହସହ ଅନ୍ଯାନ୍ଯ ପ୍ଲାଟଫର୍ମରୁ ମଧ୍ୟ ଏହି ଭିଡିଓ ହଟାଯାଉ ବୋଲି କହି ଦାବି ରଖିଲେ ଶୁଭଙ୍କର ମିଶ୍ର। କିଛି ଦିନ ଆଗରୁ ଶୁଭଙ୍କର ମିଶ୍ର ତାଙ୍କ ୟୁଟୁବ ଚ୍ଯାନେଲରେ ଶ୍ରୀମନ୍ଦିର ସମ୍ପର୍କରେ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ। ଶୁଭଙ୍କର ଶ୍ରୀମନ୍ଦିର ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ଯକୁ ନେଇ ବିଭିନ୍ନ ମହଲରେ ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ବର୍ତ୍ତମାନ ସେ ନିଜ ଭୁଲ ସ୍ବିକାର କରି ଏକ ଭିଡିଓ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଶୁଭଙ୍କର ଏକ ପୋଡକାଷ୍ଟରେ କହିଥିଲେ କି ପ୍ରେମୀ ଯୁଗଳ ବାହାଘର ଆଗରୁ ଶ୍ରୀମନ୍ଦିରକୁ ଯିବା ଅନୁଚିତ। ବିବାହ ଆଗରୁ ମନ୍ଦିର ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ରହିଥିଲା।
ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ।
ଯେଉଁ କାରଣ ପାଇଁ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇ କହିଥିଲେ କି ଯଦି କେହି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଏକାଠି ଆସେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ରହିଥିବା ଶୁଭଙ୍କର ମିଶ୍ର ତାଙ୍କ ୟୁଟୁବ ଚ୍ଯାନେଲରେ କହି ପୋଷ୍ଟ କରିଥିଲା।
ଯାହାକୁ ନେଇ ପରେ ଅନେକ ବିବାଦ ଦେଖାଦେଇଥିଲା। ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଘଟଣାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇସାରିଥିଲା।
ତାଙ୍କର ବିବାଦୀୟ ମନ୍ତବ୍ଯ ପାଇଁ ବିଭିନ୍ନ ମହଲରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଥିଲା। ଆଉ ଏବେ ସେ ଭିଡିଓ ଡିଲିଟ କରିବା ସହ ଅନ୍ଯଏକ ଭିଡିଓ ୟୁଟୁବ ଚ୍ଯାନେଲରେ ପୋଷ୍ଟ କରି କ୍ଷମା ମାଗିଛନ୍ତି।
