fbpx

ମୁମ୍ବାଇକୁ ୬୨ ରନ୍‌ରେ ହରାଇ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଗୁଜରାଟ ଟାଇଟନସ୍

ଅହମ୍ମଦାବାଦ : ଶୁବମନ ଗିଲ୍‌ଙ୍କ ଶତକ (୧୨୯) ଓ ମୋହିତ ଶର୍ମାଙ୍କ ଶାଣୀତ ବୋଲିଂ ବଳରେ ଗତବର୍ଷର ଚାମ୍ପିଅନ ଗୁଜରାଟ ଟାଇଟନସ ଶୁକ୍ରବାର ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୮ତାରିଖ ଦିନ ଏଠାରେ ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍ ।

ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍‌ରେ ଟସ୍ ହାରି ଗୁଜରାଟ ଟାଇଟନସ ପ୍ରଥମେ ବ୍ୟାଟିଂ କରି ଗିଲଙ୍କ ଶତକ, ସାଇ ସୁଦର୍ଶନଙ୍କ ୪୩ ଓ ଅଧିନାୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୨୮ରନ୍ ବଳରେ ୩ ୱିକେଟ ହରାଇ କରିଥିଲା ୨୩୩ ରନ୍ ।  ପଛରେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ରନ୍ କରିଥିଲା । ଓପନର ଇଷାନ କିଶାନ ଓ ଗ୍ରିନ୍ ରିଟାୟର୍ଡ ହଟ ହୋଇଥିବା ବେଳେ ପରେ ବ୍ୟାଟିଂ କରି ଗ୍ରିନ୍ ୩୦, ସୂର୍ଯ୍ୟକୁମାର ଯାଦବ ୬୧ ଓ ତିଳକ ବର୍ମା ୪୩ ରନ୍ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ବିଶିଷ୍ଟ ସ୍କୋରରେ ପହଞ୍ôଚ ପାରି ନଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୧୦ରନ୍‌ରେ ୫ୱିକେଟ ଓ ରସିଦ୍ ଖାନ୍‌ ଏବଂ ମହମ୍ମଦ ସାମି ୨ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.