fbpx

‘Gehraiyaan’ର ପ୍ରଥମ ଗୀତରେ ଦୀପିକା-ସିଦ୍ଧାନ୍ତଙ୍କ ହଟ୍ କେମେଷ୍ଟ୍ରୀ, ଲିପଲକ୍ କରୁଥିବା ଆସିଲେ ନଜର

ମୁମ୍ବାଇ: ଦୀପିକା ପାଦୁକୋନ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଫିଲ୍ମ “ଗେହରାଇୟାଁ” ର ପ୍ରଥମ ଗୀତ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର୍ ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଛି । ଆଉ ଏବେ ଏହାର ପ୍ରଥମ ଗୀତ ରିଲିଜ୍ ହୋଇଯାଇଛି ଯାହା ଆପଣଙ୍କ ମୁଡ ଫ୍ରେସ୍ କରିଦେବ । ପ୍ରଥମ ଗୀତର ଶୀର୍ଷକ ରହିଛି “ଡୁବ୍” । ଏଥିରେ ସିଦ୍ଧାନ୍ତ ଓ ଦୀପିକା ଦୁହେଁ ଦୁହିଁଙ୍କ ସହିତ ହଜିଯାଇଥିବା ଦେଖିବାକୁ ମିଳିଛି । ଦୁହିଁଙ୍କର ହଟ୍ କେମେଷ୍ଟ୍ରୀ ଏଥିରେ ଦେଖିବାକୁ ମିଳିଛି ।

ଗୀତରେ ଦୀପିକା ଓ ସିଦ୍ଧାନ୍ତଙ୍କର ଷ୍ଟିମି କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଦୁହେଁ ନିଜ ନିଜ ପାର୍ଟନର୍ ଙ୍କ ସହିତ ଭେକେସନ୍ ରେ ଯାଇଥିବା ଦେଖିବାକୁ ମିଳିଛି । ହେଲେ ପାର୍ଟନର୍ ମାନଙ୍କୁ ଛାଡ଼ି ଦୀପିକା ଓ ସିଦ୍ଧାନ୍ତ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଗୀତରେ ଦୀପିକା ଓ ସିଦ୍ଧାନ୍ତ ବାରମ୍ବାର କିସ୍ କରୁଥିବା ଦେଖିବାକୁ ମିଳିଛି । ଭିଡିଓର ବ୍ୟାକଗ୍ରାଉଣ୍ଡ ସିଙ୍ଗର୍ ଲୋଥିକାଙ୍କ ସ୍ୱର ଏକଦମ୍ କମାଲ ରହିଛି । ଥରେ ଶୁଣିଲେ ଆପଣ ମାନେ ମଧ୍ୟ ତାଙ୍କ ସ୍ୱରର ଦିୱାନା ହୋଇଯିବେ ।

ଗହରାଇୟାଁ ଫିଲ୍ମଟି ମଡର୍ଣ୍ଣ ରିଲେସନ୍ସିପ୍ ଓ ସେଥିରେ ଥିବା ସମସ୍ୟା ଉପରେ ଆଧାରିତ । ତେବେ ଫିଲ୍ମରେ ସିଦ୍ଧାନ୍ତ ଓ ଦୀପିକା ରୋମାନ୍ସ କରୁଥିବା ନଜର ଆସିବେ । ଫିଲ୍ମରେ ତାଙ୍କ ସହିତ ଅନନ୍ୟା ପାଣ୍ଡେ ଓ ଧୈର୍ଯ୍ୟ କରୱା ମଧ୍ୟ ନଜର ଆସିବେ । ଫେବୃଆରୀ ୧୧ରେ ଆମାଜନ୍ ପ୍ରାଇମ୍ ରେ ଏହା ରିଲିଜ୍ ହେବ ।

Get real time updates directly on you device, subscribe now.