fbpx

ସିଦ୍ଧାର୍ଥ ଶୁକ୍ଲାଙ୍କୁ ନିଜ ପରିବାର ବୋଲି ଭାବୁଥିଲେ ଶହନାଜ ଗିଲ୍, ବିଗ୍ ବସ୍-୧୩ରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ: ବିଗ୍ ବସ୍-୧୩ି ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ ହୋଇଯାଇଛି । ଗୁରୁବାର ଦିନ ସେ ନିଜ ଫ୍ୟାନ୍ସ ମାନଙ୍କ ଠାରୁ ବିଦାୟ ନେଇଛନ୍ତି । ତେବେ ସିଦ୍ଧାର୍ଥଙ୍କ ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ଏବଂ ତାଙ୍କର ଫ୍ୟାନ୍ସ ମାନଙ୍କୁ ବି ଏକ ଶକ୍ତ ଝଟକା ଲାଗିଛି । ତେବେ ସିଦ୍ଧାର୍ଥଙ୍କର ବାନ୍ଧବୀ କୁହାଯାଉଥିବା ଶହନାଜ ଗିଲ୍ ଙ୍କୁ ନେଇ ଏବେ ଫ୍ୟାନ୍ସ ମାଦେ ଦୁଃଖ ପ୍ରକାଶ କରିଛନ୍ତି । କାରଣ ସେମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଖବର ଚର୍ଚ୍ଚାରେ ରହିଥିବା ।

ସିଦ୍ଧାର୍ଥ ଓ ଶହନାଜଙ୍କ ଯୋଡ଼ିକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ ବି କରୁଥିଲେ । ସେମାନଙ୍କୁ ଦର୍ଶକ ସ୍ନେହରେ ସିଡନାଜ୍ ବୋଲି କହୁଥିଲେ । ତେବେ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗ୍ ବସ୍ ରେ ଆରମ୍ଭ ହୋଇଥିଲା । ପ୍ରଥମେ ବନ୍ଧୁ ଓ ପରେ ସେହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ।

ସେମାନେ ଏକାଠି ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି । ଏହା ଭିତରେ ଶୁଣିବାକୁ ମିଳିଛି ଯେ, ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣିବା ପରେ ଶହନାଜ୍ ଶୁଟିଂ ସେଟ୍ ଛାଡ଼ିଛନ୍ତି । ସୂଚନା ଅନୁସାରେ, ଶୁଟିଂ ସମୟରେ ସିଦ୍ଧାର୍ଥଙ୍କ ପରଲୋକ ଖବର ପାଇବା ପରେ ସେ ସେଟ୍ ଛାଡ଼ି ଚାଲି ଯାଇଛନ୍ତି । ସେମାନେ ଦୁହେଁ ବିଗ୍ ବସ୍-୧୩ ରେ ଏକାଠି ରହିଥିଲେ ।

ଏକ ଇଣ୍ଟରଭିୟୁରେ ଶହନାଜ୍ କହିଥିଲେ ଯେ, ସେ ସିଦ୍ଧାର୍ଥଙ୍କୁ ନିଜର ପରିବାର ବୋଲି ଭାବନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କଥା ଉଠିଥିଲା । ହେଲେ ସେ ଦୁହେଁ ଏହାକୁ ନେଇ କୌଣସି ଖୁଲାସା କରିନଥିଲେ । ହେଲେ ଦୁହିଁଙ୍କ ମଧ୍ୟରେ ଥିବା ଭଲ ପାଇବା ଓ ବୁଝାମଣାକୁ କେବେ ବି ଲୁଚାଇ ନଥିଲେ । ତେଣୁ ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ସବୁଠାରୁ ଅଧିକ ପ୍ରଭାବ ଶହନାଜଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.