fbpx

ପଞ୍ଜାବ ପାଇଁ ସିଦ୍ଧୁ ଅନଫିଟ୍; ଦିଲ୍ଳୀ ଗସ୍ତ ପୂର୍ବରୁ ଅମରିନ୍ଦରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବେ । ମଙ୍ଗଳବାର ଦିନ ଅମରିନ୍ଦର ଦିଲ୍ଲକୀ ଯାଉଥିବା ବେଳେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସେ ଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ନେଇ ଖବର ପ୍ରକାଶ ପାଇଛି । ତେବେ ଦିଲ୍ଲୀ ଗସ୍ତ ପୂର୍ବରୁ ଅମରିନ୍ଦର ସିଦ୍ଧୁଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପାଇଁ ଅନଫିଟ ବୋଲି ମତ ରଖିଛନ୍ତି କ୍ୟାପଟେନ ।
ତେବେ ଅମରିନ୍ଦର ବିଜେପିରେ ଯୋଗ ଦେବାର ଖବରକୁ ଅସ୍ୱୀକାର କରିଛନ୍ତି ମିଡିଆ ପରାମର୍ଶଦାତା ରବିନ ଠକରାଲ । ଅମରିନ୍ଦର ବ୍ୟକ୍ତିଗତ କାମରେଦିଲ୍ଲୀ ଗସ୍ତ କରିଛନ୍ତି । ଏହାକୁ ନେଇ ଏଭଳି ରାଜନୈତିକ ଆକଳନ କରିବା ଠିକ ନୁହେଁ ବୋଲି କହିଛନ୍ତି ଠକରାଲ । ନିଜର କିଛି ବନ୍ଧୁଙ୍କୁ ଭେଟିବା ପାଇଁ ଅମରିନ୍ଦର ଦିଲ୍ଲୀ ଗସ୍ତ କରୁଥିବା ବେଳେ କପୁରତାଲାରେ ରହିଥିବା ତାଙ୍କ ଘର ଖାଲି କରିବାରେ କ୍ୟାପଟେନ ବ୍ୟସ୍ତ ରହିଛନ୍ତି ବୋଲି ଠକରାଲ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ନିର୍ବାଚନକୁ ମାତ୍ର ୫ ମାସ ବାକି ରହିଥିବା ବେଳେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ଅମରିନ୍ଦର ସିଂ ।

Get real time updates directly on you device, subscribe now.