fbpx

ଭୁବନେଶ୍ୱରରେ ଆଜି ୨୩୬୦ ଜଣଙ୍କୁ ଟିକାକରଣ, ଜାଣନ୍ତୁ କିପରି ରହିଛି ସାଇଡ୍ ଇଫେକ୍ଟ?

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆଜି ଭୁବନେଶ୍ୱରରେ ୨୩୬୦ ଜଣଙ୍କୁ ଟିକାକରଣ କରାଯିବ । ଭୁବନେଶ୍ୱରର ୧୧ଟି ସ୍ଥାନରେ ୨୩୬୦ ଜଣଙ୍କୁ ଟିକାକରଣ କରାଯିବ । ସେହିପରି ଆସନ୍ତାକାଲି ସମସ୍ତ ଜିଲ୍ଲାରେ ପୁଣି ଟିକାକରଣ ହେବ । ୧୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଡୋଜ ଟିକାକରଣ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ଡୋଜ ନେବାକୁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି ।

ତେବେ କେତେକ ସ୍ଥାନରେ ଅଳ୍ପ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଛି । ଟିକା ଦିଆଯାଉଥିବା ସ୍ଥାନ ଫୁଲା ରହୁଛି ଓ କିଛି କ୍ଷେତ୍ରରେ ଜ୍ୱର ରହୁଛି । ନୂଆପଡାର ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତବାନ୍ତି କରିଥିଲେ । ମୋଟ ୧୯ ଜଣଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.