fbpx

ଘଣ୍ଟା ଘଣ୍ଟା ଧରି ଏସିରେ ରହୁଥିବା ଲୋକେ ସାବଧାନ୍! ଶରୀରରେ ହୋଇପାରେ ଏହି କ୍ଷତି

ନୂଆଦିଲ୍ଲୀ: ଦେଶରେ ମୌସୁମୀ ଋତୁ ଶେଷ ହୋଇଛି, କିନ୍ତୁ ଏବେ ବି ଅଧିକାଂଶ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଲୋକମାନେ ଏସିରୁ ବାହାରକୁ ଆସୁନାହାନ୍ତି । ଅଫିସ ଓ ଗାଡ଼ିରେ ଲୋକମାନେ କମ୍ ତାପମାତ୍ରାରେ ଏସି ଚଳାଉଛନ୍ତି । ଲୋକମାନେ ଏସିରେ ରହିବାକୁ ଅଭ୍ୟସ୍ତ ହୋଇଗଲେ । କିନ୍ତୁ ଆପଣ ଜାଣନ୍ତି କି ଏସିରେ ଅଧିକ ସମୟ ବିତାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏସିରେ ଦୀର୍ଘ ସମୟ ରହିବା ସଂକ୍ରମଣ, ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ…

ଡ୍ରାଏ ହୋଇଯାଏ ଆଖି :-
ଏସିରେ ଦୀର୍ଘ ସମୟ ରହିଲେ ଆଖିକୁ କ୍ଷତି ସହିବାକୁ ପଡ଼ିବାରେ । ଏସିରେ ଥିବାରୁ ଆଖି ଶୁଷ୍କ ହୋଇପାରେ । ଯଦି ତୁମର ଆଖି ଡ୍ରାଏ ଅଛି, ତା’ହେଲେ ଏଥିରେ ଆହୁରୀ ଜ୍ୱଳନ ଅନୁଭବ ହୋଇଥାଏ । ତେଣୁ ଯେଉଁମାନଙ୍କର ଆଖି ଡ୍ରାଏ ଅଛି, ସେମାନେ ଏସିରେ ଅଧିକ ସମୟ ବିତାଇବା ଉଚିତ୍ ନୁହେଁ ।

ଡ୍ରାଏ ସ୍କିନ୍:-
ଡ୍ରାଏ ଆଖି ବ୍ୟତୀତ ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଡ୍ରାଏ ସ୍କିନର ସମସ୍ୟା ମଧ୍ୟ ହୋଇପାରେ । ଏହା ଏକ ସାଧାରଣ ସମସ୍ୟା । କିନ୍ତୁ ଏସିରେ ରହିବା ଯୋଗୁୁଁ ଯେତେବେଳେ ଚର୍ମ ଅଧିକ ଶୁଷ୍କ ହୋଇଯାଏ, ସେତେବେଳେ କୁଣ୍ଡେଇ ହୋଇଥାଏ । ଏହା ଯୋଗୁଁ ଚର୍ମରେ ଧଳା ଦାଗ ଏବଂ କୁଣ୍ଡେଇ ହେବାର ସମସ୍ୟା ଦେଖାଦେଇଥାଏ ।

ଡିହାଇଡ୍ରେସନ୍ :-
ଏସିରେ ଦୀର୍ଘ ସମୟ ରହିବା ଯୋଗୁଁ ଆପଣଙ୍କୁ ଗରମରୁ ଆରାମ ମିଳିଥାଏ । କିନ୍ତୁ ଏହା ଯୋଗୁଁ ଡିହାଇଡ୍ରେସନର ସମସ୍ୟା ହୋଇପାରେ । ସାଧାରଣ ରୁମ୍ ଅପେକ୍ଷା ଏସି ରୁମରେ ଡିହାଇଡ୍ରେସନର ସମସ୍ୟା ଅଧିକ ରହିଥାଏ । ତେବେ ଏସି ରୁମରେ ଥିବା ଆର୍ଦ୍ରତାକୁ ଶୋଷଣ କରିଥାଏ, ଯେଉଁଥିରେ ଆପଣଙ୍କୁ ଡିହାଇଡ୍ରେସନ୍ ହୋଇପାରେ ।

ଶ୍ୱାସ ରୋଗ :-
ଏହା ବ୍ୟତୀତ ଏସିରେ ଅଧିକ ସମୟ ବିତାଇବା ଦ୍ୱାରା ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏସିରେ ରହିବା ଡ୍ରାଏ ଥ୍ରୋଟ, ରାଇନାଇଟିସ୍ ଏବଂ ନାକ ଅବରୋଧ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ମୁଣ୍ଡବିନ୍ଧା :-
ଏସି ଯୋଗୁଁ ଡିହାଇଡ୍ରେସନ୍ ସହିତ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ଭଳି ସମସ୍ୟା ମଧ୍ୟ ହୋଇପାରେ । ଡିହାଇଡ୍ରେସନ୍ ହେଉଛି ଏକ ଟ୍ରିଗର ଯାହା ମାଇଗ୍ରେନ୍ କ୍ଷେତ୍ରରେ ପ୍ରାୟତଃ ଅଣଦେଖା କରାଯାଏ । ଯେତେବେଳେ ଆପଣ ବାହ୍ୟ ଉତ୍ତାପରୁ ଏସି ରୁମରେ ପାଦ ଦିଅନ୍ତି କିମ୍ବା ଏସି ରୁମରୁ ବାହାରକୁ ଯାଆନ୍ତି, ତେବେ ଆପଣଙ୍କୁ ଏହି ସମସ୍ୟା ହୋଇପାରେ ।

Get real time updates directly on you device, subscribe now.