fbpx

ସୁମିତ ଓ ଅବନୀଙ୍କ ପାଇଁ ଶେଷ ଟ୍ୱିଟ କରିଥିଲେ ସିଦ୍ଧାର୍ଥ ଶୁକ୍ଳା; ତୁମ ପାଇଁ ଦେଶ ଗର୍ବିତ

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ ବସ୍-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୪୦ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ସମଗ୍ର ବଲିଉଡ ସ୍ତବ୍ଧ । ହୃଦଘାତ କାରଣରୁ ଗୁରୁବାର ସିଦ୍ଧାର୍ଥ ପ୍ରାଣ ହରାଇଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ଟ୍ୱିଟକୁ ନେଇ ଚର୍ଚ୍ଚା । ପାରା ଅଲିମ୍ପିଆନ ସୁମିତ ଆଣ୍ଟିଲ ଓ ଅବନୀ ଲେଖାରୀଙ୍କ ସ୍ୱର୍ଣ୍ଣ ବିଜୟକୁ ନେଇ ଶେଷଥର ପାଇଁ ଟ୍ୱିଟ କରିଥିଲେ ସିଦ୍ଧାର୍ଥ ।

ଟ୍ୱିଟ୍ଟରରେ ସିଦ୍ଧାର୍ଥଙ୍କର ୧ ମିଲିୟନ ଫଲୋଅର ରହିଥିବା ବେଳେ ଅଗଷ୍ଟ ୩୦ ତାରିଖରେ ସେ ନିଜର ଶେଷ ଟ୍ୱିଟ କରିଥିଲେ । ପାରାଲିମ୍ପିକ୍ସରେ ଭାରତୀୟ ମାନେ ୍ରଆମକୁ ବେଶ ଗର୍ବିତ କରିଛନ୍ତି । ଆଉଥରେ ଭାରତକୁ ଗର୍ବିତ କରାଇବା ସହିତ ସାଙ୍ଗରେ ବିଶ୍ୱ ରେକର୍ଡ ମଧ୍ୟ ହାସଲ କରିଥିବାରୁ ଅବନୀ ଓ ସୁମିତଙ୍କୁ ଧନ୍ୟବାଦ । ଉଲ୍ଲେଖଯୋଗ୍ୟ ଯେ, ସୁମିତ ଜାଭେଲିନର ଏଫ୍-୬୩ରେ ବିଶ୍ୱରେକର୍ଡ କରିଥିବା ବେଳେ ଅବନୀ ୧୦ ମି. ଏୟାର ରାଇଫଲ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

Get real time updates directly on you device, subscribe now.