fbpx

‘ସିଦ୍ଧୁ ହେବେ ପଞ୍ଜାବ କଂଗ୍ରେସ ସଭାପତି’: ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ୍‌ ରାୱତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦକୁ ଦୂର କରି ଦଳ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ନବଜୋତ ସିଂ ସିଦ୍ଧୁଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରେ ରଖିବାକୁ ନିଷ୍ପତ୍ତି ନେଇଛି ।

ପ୍ରଭାରୀ ହରିସ୍‌ ରାୱତ ଦେଇଥିବା ସୂଚନା ଅନୁସାରେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହେବେ । ଏଭଳି ହେଲେ ସିଦ୍ଧୁଙ୍କ ପାଇଁ ହେଉଥିବା ବିବାଦର ସମାଧାନ ହୋଇପାରିବ ବୋଲି ଦଳ ଏଭି ନିଷ୍ପତ୍ତି ନେଇଥିବା ପ୍ରଭାରୀ ହରିସ୍‌ ରାୱତ କହିଛନ୍ତି । ଖୁବ ଶୀଘ୍ର ଦଳ ପକ୍ଷରୁ ଏନେଇ ଆନୁଷ୍ଠାନିକଭାବେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.