fbpx

‘ଆପ୍’କୁ ପ୍ରଶଂସା କଲେ ସିଦ୍ଧୁ, ଟ୍ୱିଟ୍ ପରେ ତେଜିଲା କଂଗ୍ରେସରେ ବିବାଦ

ନୂଆଦିଲ୍ଲୀ: ଅଗାମୀ ବିଧାନସଭା ନିର୍ବାଚନ ପୂବର୍ରୁ ପଞ୍ଜାବରେ ରାଜନ÷ତିକ ଉତ୍ତେଜନା ଦେଖାଦେଇଛି । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଏକ ଟ୍ୱିଟକୁ ନେଇ ପଞ୍ଜାବ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃ ବିବାଦ ଦେଖାଦେଇଛି । ସିଦ୍ଧୁ ଟ୍ୱିଟ୍ କରି ଆମ୍ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମର ବିରୋଧୀ ଦଳ ଏଏପି ସବର୍ଦା ମୋର ଦୃଷ୍ଟିଭଙ୍ଗୀକୁ ସ୍ୱୀକୃତି ଦେଇଛନ୍ତି ଏବଂ ପଞ୍ଜାବ ପାଇଁ କାମ କରୁଛନ୍ତି । ୨୦୧୭ ପୂବର୍ରୁ ହୋଇଥିବା କୃଷକଙ୍କ ସମସ୍ୟା ହେଉ କିମ୍ବା ବିଦ୍ୟୁତ ସଂଙ୍କଟ, ପଞ୍ଜାବର ମଡେଲ୍ ଉପସ୍ଥାପନା କଲେ ଏହା ସ୍ପଷ୍ଟ ହେଉଛି ଯେ ବାସ୍ତବେର ପଞ୍ଜାବ ପାଇଁ କିଏ ଲଢ଼ୁଛି ।

ସିଦ୍ଧୁଙ୍କ ଏହି ଟ୍ୱିଟ ପରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି । ଏହା ସହ ସେ ଆମ ଆଦମୀ ପାର୍ଟିରେ ମିଶିବାର ସମ୍ଭାବନାକୁ ମଧ୍ୟ ବଢ଼ାଇଦେଇଛି । ତେବେ ସିଦ୍ଧୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ । କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ, କେଂଗ୍ରସ ନେତା ସିଦ୍ଧୁଙ୍କ ଉପରେ ଆମ ଆଦମୀ ପାର୍ଟିର ନଜର ରହିଛି । କାରଣ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ଏଭଳି ପରିସ୍ଥିତିରେ ଦଳ ଏକ ଦୃଢ଼ ପ୍ରତିଯୋଗୀ ଖୋଜୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ପଞ୍ଜାବରେ ଆମ ଆଦମୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ଶିଖ ହୋଇପାରନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ ।

Get real time updates directly on you device, subscribe now.