fbpx

ସିଦ୍ଦୁଙ୍କୁ ଆଜି ଆତ୍ମସମର୍ପଣ କରିବାକୁ ପଡିବ, ସମୟ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ: ସିଦ୍ଦୁଙ୍କୁ ଆତ୍ମସମର୍ପଣ କରିବାକୁ ସମୟ ସମୟ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୁର୍ବରୁ ଜଷ୍ଟିସ ଏଏମ ଖାନୱିଲକର ସିଦ୍ଧୁଙ୍କୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ । ତେବେ ଏହି ମାମଲାରେ ବିଶେଷ ଖଣ୍ଡପୀଠ ଗଠନ କରିବାକୁ ମୁଖ୍ୟବିଚାରପତି ଖାରଜ କରି ଦେଇଛନ୍ତି । ଏହାର ଅର୍ଥ ଆଜି ହିଁ ସିଦ୍ଧୁଙ୍କୁ ସମର୍ପଣ କରିବାକୁ ପଡ଼ିବ ।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁଙ୍କ ଓକିଲ ଅଭିଶେକ ମନୁ ସିଂ ଆତ୍ମସମର୍ପଣ କରିବାକୁ ଗୋଟିଏ ସପ୍ତାହର ସମୟ ମାଗିଥିଲେ । ସୁପ୍ରିମକୋର୍ଟ ସିଂଭିଙ୍କୁ ଏକ ଉପଯୁକ୍ତ ଆବେଦନ ଉପସ୍ଥାପନ କରିବାକୁ ଏବଂ ଭାରତ ବେଞ୍ଚର ପ୍ରଧାନ ବିଚାରପତିଙ୍କ ନିକଟରେ ଉଲ୍ଲେଖ କରିବାକୁ କହିଥିଲେ।

ଏହି ମାମଲାଟି ୧୯୯୮ରେ ଘଟିଥିଲା। ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ଆଶ୍ଵସ୍ତି ମିଳିଥିଲା। ହେଲେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା, ତାଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହା ଉପରେ ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ୨୦୧୮ ମେରେ ଦେଇଥିବା ନିଜ ଆଦେଶର ସମୀକ୍ଷା କରିଛନ୍ତି। ଆଦେଶ ଅନୁସାରେ ଏବେ ପଞ୍ଜାବ ପୋଲିସ ସିଦ୍ଧୁଙ୍କୁ ହେପାଜତରେ ନେବ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଯଥା ସମ୍ଭବ ଗୋଟିଏ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

ସୂଚନା ମୁତାବକ, ନବଜୋତ ସିଂହ ସିଦ୍ଧୁ ୧୯୮୮ରେ ପଟିଆଲାରେ ପାର୍କିଂକୁ ନେଇ ଝଗଡା କରିଥିଲେ। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହୃଦଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସିଦ୍ଧୁ କହିଥିଲେ. ଏହି ମାମଲାରେ ପ୍ରଥମେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ହଜାର ଜରିମାନା ଲଗାଇ ଛାଡି ଦେଇଥିଲା। ଏହା ବିରୋଧରେ ପୀଡିତ ପକ୍ଷ କୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ।
ଭାରତୀୟ ଦଣ୍ଡ ସଂହିତାର ଧାରା ୩୨୩ ଅନୁସାରେ, ଯେଉଁ ବ୍ୟକ୍ତି ଜାଣିଶୁଣି କାହାକୁ ଆଘାତ ଦିଏ ତାଙ୍କୁ ସର୍ବାଧିକ ଗୋଟିଏ ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ଏହା ଅନୁଯାୟୀ ଦୋଷୀଙ୍କୁ ଗୋଟିଏ ବର୍ଷ କାରାବାସ କିମ୍ବା ହଜାରେ ଟଙ୍କା ଜରିମାନା କିମ୍ବା ଉଭୟ ଏକ ସଙ୍ଗେ ଦଣ୍ଡିତ କରାଯାଇ ପାରିବ।

 

 

 

 

 

Get real time updates directly on you device, subscribe now.