fbpx

ଆସିଲାଣି ଆର୍ଥିକ ମାନ୍ଦାବସ୍ଥା? ଅନଏକାଡେମୀ, ନେଟଫ୍ଲିକ୍ସ ପରେ, ଏହି କମ୍ପାନୀ ୬୦୦ କର୍ମଚାରୀଙ୍କୁ କଲା ଛଟେଇ

ନୁଆଦିଲ୍ଲୀ: କରୋନା ମହାମାରୀରୁ ସାରା ବିଶ୍ୱ ଅର୍ଥ ବ୍ୟବସ୍ଥା ବାହାରି ଆସୁଥିବା ବେଳେ ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପେଶି ହୋଇ ଗଲେଣି । ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି । ଏଭଳି ସମୟରେ ବିଶେଷଜ୍ଞଙ୍କ କହିବା ମୁତାବକ ଆଗକୁ ଆର୍ଥିକ ମାନ୍ଦାବସ୍ଥାର ଲକ୍ଷଣ ଦେଖାଗଲାଣି । ଏହି କାରଣରୁ ଘରୋଇ କମ୍ପାନୀ କର୍ମଚାରୀମାନଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି ।

କାର୍ସ୨୪: କାର୍ସ୨୪ ନାମକ ଇ-କମର୍ସ କମ୍ପାନୀ ନିକଟରେ ଏହାର ୬୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ତେବେ ଏହି ବିଷୟରେ କମ୍ପାନୀ କହିଥିଲେ ଯେ, ଏହା ତାର ବ୍ୟବସାୟ କରିବାର ସାମନ୍ୟ ପ୍ରକ୍ରିୟା ଅଟେ । ପ୍ରତିବର୍ଷ କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ତର୍ଜମା କରି ସେମାନଙ୍କୁ ଛଟେଇ କରିଥାଏ, ଏହାର କମ୍ପାନୀର ଲାଭ-କ୍ଷତି ସହିତ କୌଣସି ସମ୍ପର୍କ ନାହିଁ । କମ୍ପାନୀର କର୍ମଚାରୀ ସଂଖ୍ୟା ୯,୦୦୦ ଅଟେ, ଏବେ କମ୍ପାନୀ ଏହାର ୬.୬% କର୍ମଚାରୀଙ୍କୁ ବାହାର କରିଛି ।

ବେଦାନ୍ତୁ: ସେହିଭଳି ଏଜୁକେସନ ଟେକ୍ କମ୍ପାନୀ ବେଦାନ୍ତୁ ମଧ୍ୟ ନ ମାସ ମଧ୍ୟରେ ଦୁଇ ଥର ଶତାଧିକ କର୍ମଚାରୀଙ୍କୁ ଛଟେଇ କରି ସାରିଲାଣି । କମ୍ପାନୀ ପୁର୍ବରୁ ୨୦୦ କର୍ମଚାରୀଙ୍କୁ ବାହାର କରିଥିଲା । ବୁଧବାର ପୁଣି କମ୍ପାନୀ ୪୨୪ ଲୋକଙ୍କୁ ଛଟେଇ କରିଛି । କମ୍ପାନୀରେ ପ୍ରାୟ ୫,୯୦୦କର୍ମଚାରୀ କାର୍ଯ୍ୟ କରନ୍ତି । ବେଦାନ୍ତୁ ମଧ୍ୟ କହିଥିଲା ଯେ, କର୍ମଚାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ଅନଏକାଡେମୀ: ଏହା ପୁର୍ବରୁ ଏପ୍ରିଲ ମାସରେ ଅଗ୍ରଣୀ ଏଜୁକେସନ ଟେକ୍ କମ୍ପାନୀ ୬୦୦ ଲୋକଙ୍କୁ କାର୍ଯ୍ୟରୁ ବାହାର କରିଥିଲା । ସେହିପରି ଲିଡୋ ଲର୍ଣ୍ଣି କମ୍ପାନୀ ମଧ୍ୟ ଏହାର ଅପରେଶନ ବନ୍ଦ କରି ସାରିଲାଣି । ସୂଚନା ମୁତାବକ ଲିଡୋ କିଛି ମାସ ହେବା କର୍ମଚାରୀଙ୍କୁ ଦରମା ଦେଇ ନାହିଁ । ଏହାବାଦ୍ ମିଶୋ, ଫରଲେନ୍ସୋ ଏବଂ ଟ୍ରେଲ ଭଳି କମ୍ପାନୀ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

ନେଟଫ୍ଲିକ୍ସ: ତେବେ ଏହି ପ୍ରକାରର ଘଟଣା ଖାଲି ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଲାଣି । ପପୁଲାର ଓଟିଟି ପ୍ଲାଟଫର୍ମ “ନେଟଫ୍ଲିକ୍ସ’ପ୍ରାୟ ୧୫୦ କର୍ମଚାରୀ ଏବଂ ଡର୍ଜନ କଣ୍ଟ୍ରାକ୍ଟରଙ୍କୁ ଛଟେଇ କରିଛି ।

 

 

 

 

 

Get real time updates directly on you device, subscribe now.