fbpx

ନିଜକୁ ଆନୁଷ୍ଠାନିକ ଭାବରେ ଦେବାଳିଆ ଘୋଷଣା କଲା ସିଲିକନ୍ ଭ୍ୟାଲି ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ ଆନୁଷ୍ଠାନିକ ଭାବରେ ନିଜକୁ ଦେବାଳିଆ ବୋଲି ଘୋଷଣା କରିଛି। ଚାପ୍ଟର ୧୧ ବ୍ୟାଙ୍କରପ୍ସି ପ୍ରୋଟେକ୍ସନ ପାଇଁ ଫାଇଲ କରିଛି ଏହି ବ୍ୟାଙ୍କ। ଗତ ସପ୍ତାହରେ ଋଣଦାତାଙ୍କ ଅଂଶଧନ ଗୋଟିଏ ଦିନରେ ୬୦% ହ୍ରାସ ପାଇବା ପରେ ବ୍ୟାଙ୍କ ଏହି ଘୋଷଣା କରିଛି। ଫେଡେରାଲ ଡିପୋଜିଟ ଇନ୍ସୁରାନ୍ସ କର୍ପୋରେସନ ଜବରଦଖଲ କରିବା ପରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ସହ ଆଉ ଜଡିତ ହୋଇ ନାହିଁ। ତେବେ ଏହାର ଉତ୍ତରାଧିକାରୀ (ସିଲିକନ୍ ଭ୍ୟାଲି ବ୍ରିଜ ବ୍ୟାଙ୍କ) ଏଫଡିଆଇସି ଅଧୀନରେ ପରିଚାଳିତ ହେଉଛି।

୨୦୦୮ ମସିହା ୱାଶିଂଟନ ସଂକଟ ବା ବୈଶ୍ୱିକ ଆର୍ଥିକ ସଂକଟ ପରେ ଏସଭିବିକୁ ସର୍ବବୃହତ ବ୍ୟାଙ୍କ ବିଫଳତା ବୋଲି ବୋଲି କୁହାଯାଇଛି। ପୋର୍ଟଫୋଲିଓରୁ ୨୧ ବିଲିୟନ ଡଲାର ସିକ୍ୟୁରିଟି ୧.୮ ବିଲିୟନ ଡଲାରରେ ବ୍ରିକ୍ରି ହୋଇଥିବା ନେଇ ମାର୍ଚ୍ଚ ୮ ତାରିଖରେ ଘୋଷଣା କରିଥିଲା ସିଲିକନ୍ ଭ୍ୟାଲି ବ୍ୟାଙ୍ । ତେବେ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫଟିଏକ୍ସର ପତନ ପରେ ଅନେକ କ୍ଷତି ହେବାରୁ ଏହି ଅପରେସନକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲା। ଏହାପରେ ମାର୍ଚ୍ଚ ୯ ତାରିଖରେ ଏକ ନିୟାମକରେ ଦର୍ଶାଯାଇଛି ଯେ, ଏସଭିବିର ନେଗେଟିଭ କ୍ୟାସ ବାଲାନ୍ସ ୯୫୮ ନିୟୁତ ଡଲାର ରହିଛି। ୧୯୯୮ ମସିହାରୁ ଏସଭିବିର ସେୟାର ୪୧% ହ୍ରାସ ପାଇଛି, ଯାହା ସର୍ବାଧିକ ବୋଲି ଜାଣିବାକୁ ମିଳିଛି।

ମାର୍ଚ୍ଚ ୯ ତାରିଖ ସୁଦ୍ଧା ଆର୍ଥିକ ସ୍ଥିତିରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦୁର୍ବଳ ହେବାରୁ ଜମାକାରୀମାନେ ୪୨ ବିଲିୟନ ଡଲାର ଜମା ରାଶି ଉଠାଇ ନେଇଥିଲେ। ତେଣୁ ମାର୍ଚ୍ଚ ୧୦ ତାରିଖରେ ଆମେରିକାର ଫେଡେରାଲ ଡିପୋଜିଟ ଇନ୍ସୁରାନ୍ସ କର୍ପୋରେସନ(ଏଫଡିଆଇସି) ଏସଭିବିକୁ ବନ୍ଦ କରିବାକୁ ଘୋଷଣା କରିଥିଲା। ତେବେ ବିଶ୍ଳେଷକ ଜେ.ପି ମୋର୍ଗାନଙ୍କ କହିବା ଅନୁସାରେ, ଆର୍ଥିକ ଅସ୍ଥିରତା ସତ୍ତେ୍ୱ ଆମେରିକାର ଆଞ୍ଚଳିକ ବ୍ୟାଙ୍କଗୁଡିକରେ ଭାରତର ଟପ୍ ଆଇଟି ଫାର୍ମ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ ଆଣ୍ଡ ଇନଫୋସିସ ସର୍ବାଧିକ ରହିଛି। ଏହି ବ୍ୟାଙ୍କଗୁଡିକ ନିଜ ଆୟର ୨-୩ ପ୍ରତିଶତ ଗ୍ରହଣ କରୁଥିବା କହିଛନ୍ତି ଜେପି. ମୋର୍ଗାନ । ତେବେ ଏହି ଅନୁସାରେ ଏସଭିବିର ଏକସପୋଜର ଟିସିଏସ, ଇଫୋସିସ ଏବଂ ଟାଟା ଗ୍ରୁପ କମ୍ପାନୀ ସହ ଅନ୍ୟ ପ୍ରତିଦ୍ୱନ୍ଦୀ ପାଇଁ ଏହି ପଏଣ୍ଟ ୧୦-୨୦ ପ୍ରତିଶତ ହୋଇପାରେ ।

Get real time updates directly on you device, subscribe now.