fbpx

(ଭିଡିଓ) ୭୨ତମ ଜନ୍ମଦିବସରେ ୭୨ କିମି ପଦଯାତ୍ରା: PM Modiଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସିଲଭର ଗାନ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିବସ । ଏହି ଅବସରରେ ଦେଶ ବିଦେଶରୁ ତାଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପିଏମ ମୋଦୀ ଆଜି ୮ଟି ଚିତାବାଘ ଉପହାର ଦେଶବାସୀଙ୍କୁ ଦେଇଛନ୍ତି । ନାମିବିଆରୁ ଅଣାଯାଇଥିବା ଏହି ଚିତାଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି । ୧୯୫୨ ମସିହାରେ ଚିତାକୁ ଭାରତ ସରକରା ବିଲୁପ୍ତ ହୋଇଯାଇଛି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ମାତ୍ର ୭୦ ବର୍ଷ ପରେ ପିଏମ୍ ମୋଦୀ ପୁଣି ଥରେ ଚିତାକୁ ଦେଶକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ।

ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସିଲଭର ଗାନ୍ଧି । ସେ ମୋଦୀଙ୍କର ୭୨ତମ ଜନ୍ମଦିବସରେ ୭୨ କିମି ପଦଯାତ୍ରା କରିଛନ୍ତି । ଉତ୍ତରାଖଣ୍ଡରେ କେଦାରନାଥରେ ସିଲଭର ଗାନ୍ଧି ଏହି ଦୀର୍ଘ ପଥକୁ ପାଦରେ ଚାଲି ଚାଲି ସମାପ୍ତ କରିଛନ୍ତି । ସିଲଭର ଗାନ୍ଧିଙ୍କର ଏହି ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ । ଏହି ଅବସରରେ ସେ କହିଛନ୍ତି ‘ହାପି ବାର୍ଥ ଡେ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦୀ ଜୀ । ଆପ୍ କୋ ବହତ୍ ବହତ୍ ବଧାଈ । ଆପ କୀ ତବ୍ୟତ୍ ହମେଶା ଅଚ୍ଛା ରହେ । ସ୍ୱଚ୍ଛ ଭାରତ, ସୁନ୍ଦର ଭାରତ, ଶ୍ରେଷ୍ଠ ଭାରତ ।’

ସୂଚନାଯୋଗ୍ୟ ଯେ, ମୋଦୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତାମିଲନାଡ଼ୁର ରାଜ୍ୟ ବିଜେପି ଶାଖା ପକ୍ଷରୁ ନବଜାତକଙ୍କୁ ସୁନା ମୁଦି ପ୍ରଦାନ ନେଇ ଘୋଷଣା କରାଯାଇଥିଲା । ସେହିପରି ମୋଦୀଙ୍କ ପ୍ରଶଂସକମାନେ ତାଙ୍କୁ ନମୋ ଆପ ମାଧ୍ୟମରେ ମଧ୍ୟ ବାର୍ଥ ଡେ’ ୱିସ କରିଛନ୍ତି ।

Get real time updates directly on you device, subscribe now.