fbpx

ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ: ଗିରଫ ହେଲେ ୬ ଅପରାଧୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣି ଥରେ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ରାକେଟର ମାଷ୍ଟରମାଇଣ୍ଡ ବିଶାଳ ଖଣ୍ଡେଲୱାଲ ସମେତ ୬ ଜଣକୁ ଗିରଫ କରାଯାଇଛି ।

ଏହି ରାକେଟର ସଦସ୍ୟମାନେ କେୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ଠକାମୀର ଜାଲରେ ଫସାଉଥିଲେ ଏବଂ ବଡ଼ ଧରଣ ସାଇବର ଠକେଇ କରୁଥିଲେ । ତେବେ ଏନେଇ ଟେଲିକମ୍ ମନ୍ତ୍ରାଳୟର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଆଉ ଆଜି ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.