ରୋଗ ବିଷୟରେ କହିବ ବ୍ଲଡ ଟେଷ୍ଟ ! ଜଣାପଡିବ ସବୁ ସତ, ଗବେଷଣାରୁ ହେଲା ବଡ଼ ଖୁଲାସା…
ରକ୍ତ କହିଦେବ ଆପଣ ବଞ୍ଚିବେ କେତେଦିନ?
ଓଡିଶା ଭାସ୍କର: ରକ୍ତ ପରୀକ୍ଷାରୁ ଜଣାପଡେ ଅନେକ କିଛି। ଶରୀରରେ ହେଉଥିବା ସାଙ୍ଘାତିକ ରୋଗ ବିଷୟରେ ଏହା ସୂଚନା ଦେଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏପରି ଏକ ତଥ୍ଯ ଜଣାପଡିଛି, ଯାହା ଆପଣଙ୍କୁ ମଧ୍ୟ ଚକିତ କରିଦେବ।
ଗବେଷଣାରୁ କଣ ଜଣାପଡିଛି:
ଏହି ସମସ୍ୟାକୁ ଦୃଷ୍ଟିରେ ରଖି, ବିଶେଷଜ୍ଞମାନେ ନିର୍ଣ୍ଣୟ କରିବାକୁ ଚେଷ୍ଟା କରିଥିଲେ ଯେ ଆମର ରକ୍ତରେ ପୂର୍ବରୁ ଏପରି ସଙ୍କେତ ଅଛି କି ନାହିଁ ଯାହା ଭବିଷ୍ୟତର ସ୍ୱାସ୍ଥ୍ୟ ବିଷୟରେ ପୂର୍ବାନୁମାନ କରିପାରିବ।
ଏହି ଅଧ୍ୟୟନ ରକ୍ତରେ ଥିବା ପ୍ରୋଟିନ ବାବଦରେ ସୂଚନା ଦେଇଥିଲା। ଅଧ୍ୟୟନରେ ବୟସ, BMI ଏବଂ ଧୂମପାନ ଅଭ୍ୟାସକୁ ବିଚାରକୁ ନିଆଯାଇଥିଲା, ଯାହାର ଫଳସ୍ୱରୂପ ସଠିକ୍ ଫଳାଫଳ ମିଳିଥିଲା।
ପ୍ରୋଟିନ ପ୍ଯାନେଲ କଣ କୁହେ:
ଏହାପରେ ବୈଜ୍ଞାନିକ ମାନେ ଏମିତି କିଛି ପ୍ରୋଟିନ ଚିହ୍ନଟ କରିପାରିଲେ, ଯାହାର ସମ୍ବନ୍ଧ କ୍ଯାନସର, ହାର୍ଟ ସହ ଜଡିତ ବିଭିନ୍ନ ସମସ୍ଯା ସହ ଜଡିତ। ଗୋଟିଏ ପ୍ୟାନେଲରେ ଏପରି କିଛି ପ୍ରୋଟିନ ରଖାଯାଇଥିଲା, ଯେଉଁମାନେ କି ଗତ 10 ବର୍ଷ ଭିତରେ ମୃତ୍ଯୁ ମୁଖରେ ପଡିବାର ସମ୍ଭାବନା ରହିଥିଲା।
ଆଉ ଏକ ପ୍ଯାନେଲରେ ଏପରି କିଛି ପ୍ରୋଟିମ ରଖାଯାଇଥିଲା, ଯାହାକି ଆଗାମୀ 6 ବର୍ଷ ଭିତରେ ମୃତ୍ଯୁ ହେବାକୁ ଥିବା ଲୋକଙ୍କର ସୂଚନା ଦେଉଥିଲା। ଏହି ମଡେଲଗୁଡ଼ିକ କେବଳ ବୟସ ଏବଂ ଜୀବନଶୈଳୀ ଉପରେ ଆଧାରିତ ପୂର୍ବ ପଦ୍ଧତିଗୁଡ଼ିକୁ ପଛରେ ପକାଇ ଦେଇଥିଲେ।
କିପରି ଜଣାପଡେ ଶରୀରରେ ହେଉଥିବା ପରିବର୍ତ୍ତନ ବାବଦରେ ସୂଚନା:
ରକ୍ତରେ ଥିବା ପ୍ରୋଟିନ ଶରୀରେ ହେଉଥିବା ପରିବର୍ତ୍ତନ ବିଷୟରେ ଆଗୁଆ ସୂଚନା ଦେଇଥାଏ। ଏଗୁଡ଼ିକ ଫୁଲା, ଅଙ୍ଗ ଚାପ କିମ୍ବା ଟିସୁ କ୍ଷତି ଭଳି ପରିବର୍ତ୍ତନ ପ୍ରକାଶ କରିପାରେ ଯାହା ଲକ୍ଷଣ ଭାବରେ ପ୍ରକାଶିତ ହୁଏ ନାହିଁ।
ତଥାପି, ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଅଧ୍ୟୟନର ଅର୍ଥ ନୁହେଁ ଯେ ରକ୍ତ ପରୀକ୍ଷା ମୃତ୍ୟୁର ତାରିଖ ଭବିଷ୍ୟବାଣୀ କରିପାରିବ।
ଏହା ଏକ ପୂର୍ବାନୁମାନ ନୁହେଁ, ବରଂ ଏକ ଚେତାବନୀ। ଅଧ୍ୟୟନରେ 39 ରୁ 70 ବର୍ଷ ବୟସର ପ୍ରାୟ 38,000 ଲୋକଙ୍କୁ ସାମିଲ କରାଯାଇଥିଲା।
