fbpx

ସିିମ୍ପ୍ଲିଲର୍ଣ୍ଣ ପକ୍ଷରୁ ନୂଆ ଜବ୍ ଗ୍ୟାରେଂଟେଡ୍ ଅଭିଯାନ ଜରିଆରେ ‘ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ’ର ପ୍ରସାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ବିଶ୍ୱର ସର୍ବବୃହତ ଡିଜିଟାଲ୍-ସ୍କିଲ୍ ବୁଟ୍କ୍ୟାମ୍ପ୍ ସିମ୍ପ୍ଲିଲର୍ଣ୍ଣ ପକ୍ଷରୁ ନିଜର ସ୍ୱତନ୍ତ୍ର ନିଯୁକ୍ତି ଗ୍ୟାରେଂଟି କାର୍ଯ୍ୟକ୍ରମର ପ୍ରସାର କରିବା ଲାଗି ଏହାର ସଦ୍ୟତମ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କୁ କାର୍ଯ୍ୟକ୍ରମ ଶେଷ ହେବାର ଛଅ ମାସ (୧୮୦ ଦିନ) ଭିତରେ ନିଶ୍ଚିତ ନିଯୁକ୍ତି ପ୍ରଦାନ କରିବାର ପ୍ରତିଶ୍ରୁତି ଦିଆଯାଇଛି । ଶେଷ ବର୍ଷର ଛାତ୍ରଛାତ୍ରୀ, ନୂଆ ସ୍ନାତକ ଏବଂ କର୍ମଜୀବୀ ପେସାଦାର ଯେଉଁମାନେ ଚମକ୍ରାର ଡିଜିଟାଲ୍ ଅର୍ଥନୀତି କୌଶଳରେ ସେମାନଙ୍କ କ୍ୟାରିୟର୍କୁ ଆରମ୍ଭ କିମ୍ବା ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ବେଶ୍ ଉପଯୁକ୍ତ ।
ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ ଶେଷ କରିବା ପରେ ପ୍ରଶିକ୍ଷାର୍ଥୀ ବା ଶିକ୍ଷାର୍ଥୀଙ୍କୁ ଡିଜିଟାଲ୍ ଅର୍ଥନୀତିରେ ବ୍ୟାପକ ଭୂମିକା ଲାଗି ଆବେଦନ କରିବା ପାଇଁ ଆବଶ୍ୟକ ହେଉଥିବା ନିଯୁକ୍ତି-ପ୍ରସ୍ତୁତ ଦକ୍ଷତା ଏବଂ ଏକ ନିଯୁକ୍ତି ହାସଲ କରିବାର ଗ୍ୟାରେଂଟି ମିଳିବ । ଭବିଷ୍ୟତ ଲାଗି ପ୍ରସ୍ତୁତ ଏକ ଶ୍ରମ ଶକ୍ତି ସୃଷ୍ଟି କରିବାରେ ସହାୟତା କରିବା ଲାଗି ସିମ୍ପ୍ଲିଲର୍ଣ୍ଣର କୌଶଳ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି ଏବଂ ଏହି ନିଶ୍ଚିତ ନିଯୁକ୍ତି ଅଭିଯାନ ହେଉଛି ବ୍ୟକ୍ତିବିଶେଷମାନଙ୍କ ଲାଗି ଚାକିରି ବିଷୟରେ ଚିନ୍ତା ନକରି ଆଗକୁ ବଢ଼ିବାର ଅଭିଳାଷ ରଖିବା ଏବଂ କ୍ୟାରିୟର କୈନ୍ଦ୍ରୀକ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଆଉ ଏକ ପ୍ରୋତ୍ସାହନ ସଦୃଶ ।
ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (ଜବ୍ ଗ୍ୟାରେଂଟି ପ୍ରୋଗ୍ରାମ)କୁ ଆହୁରି ତ୍ୱରାନ୍ୱିତ କରିବା ଲାଗି କଂପାନି ପକ୍ଷରୁ ନିକଟରେ ସଦ୍ୟତମ ବ୍ରାଣ୍ଡ୍ ଅଭିଯାନ “ଜବ୍ ଗ୍ୟାରେଂଟେଡ୍’ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ସିମ୍ପ୍ଲିଲର୍ଣ୍ଣର “ଜବ୍ ଗ୍ୟାରେଂଟି’ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେସିତ ଯାହା କୋର୍ସ ଶେଷ ହେବା ପରେ ନିଯୁକ୍ତିର ପ୍ରତିଶ୍ରୁତି ଦେଉଛି । ନିଜର ଅଭିଳାଷ ପୂରଣ କରିବା ଏବଂ କ୍ୟାରିୟର ଲକ୍ଷ୍ୟ ହାସଲ କରିବା ଲାଗି ସିମ୍ପ୍ଲିଲର୍ଣ୍ଣକୁ ଦକ୍ଷତାରେ ଉନ୍ନତି ଆଣିବାର ପାର୍ଟନର୍ (ସହଯୋଗୀ) ଭାବେ ଚୟନ କରିବା ଲାଗି ଆଶାୟୀମାନଙ୍କୁ ଏହି ନିଶ୍ଚିତ ନିଯୁକ୍ତି ବଳିଷ୍ଠ ଓ ଦୃଢ଼ କାରଣ ପ୍ରଦାନ କରୁଛି ।
ଏ ସମ୍ପର୍କରେ ମାର୍କ ମୋରାନ୍, ଚିଫ୍ ମାର୍କେଟିଂ ଅଫିସର, ସିମ୍ପ୍ଲିଲର୍ଣ୍ଣ କହିଛନ୍ତି ଯେ, “ଏକ ଅଗ୍ରଣୀ ଅନଲାଇନ୍ ବୁଟ୍କ୍ୟାମ୍ପ୍ ଭାବେ ଆଶାୟୀମାନଙ୍କ ପାଇଁ ନିଯୁକ୍ତିକୁ ମୂଳରେ ରଖି ଏହି ଅଭିଯାନର ଶୁଭାରମ୍ଭ କରୁଥିବାରୁ ଆମେ ବହୁତ ଉତ୍ସାହିତ ଯେଉଁଥିରେ ନିଜ ପେସାରେ ସଫଳତା ପାଇବା ଲାଗି ଯେକେହି ଭୋଜି ମାଗିବା ଭଳି ସମ୍ପର୍କିତ କାହାଣୀ ରହିବ । ଆମର ଆଶା ରହିଛି ଯେ ଆଶାୟୀମାନେ ଏହି ଚରିତ୍ର ସହିତ ନିଜକୁ ଯୋଡ଼ିପାରିବେ ଏବଂ ନିଜ ପରିବାର ଓ ବନ୍ଧୁମାନଙ୍କ ସହ “ସଫଳତାର ମିଷ୍ଟାନ୍ନ’ ବାଂଟିବା ଓ ନୂଆ କୌଶଳ ଶିଖିବା ଲାଗି ଅନୁପ୍ରାଣିତ ହେବେ ।’’
ଏହି ଅଭିଯାନର ଅଂଶ ଭାବେ କଂପାନି ଦୁଇଟି ବିଜ୍ଞାପନ ସିନେମାକୁ ଉନ୍ମୋଚନ କରିଛି ଯାହା କେହି ଜଣେ ନିଯୁକ୍ତି କିମ୍ବା ପଦୋନ୍ନତି ପାଇଲେ ଯେକେହି ଭୋଜି ବା ଖାଇବା ମାଗିବା ଉପରେ ପର୍ଯ୍ୟବେସିତ ରହିଛି । ସମସ୍ତେ ଜାଣନ୍ତି ଯେ ଯଦି ସିମ୍ପ୍ଲିଲର୍ଣ୍ଣ ସହିତ ଦକ୍ଷତାରେ କେହି ଉନ୍ନତି ଆଣିବେ ତେବେ ତାଙ୍କ ପାଇଁ ନିଯୁକ୍ତିର ଗ୍ୟାରେଂଟି ରହିଛି, ସେହି ଭାବନା ଉପରେ ପର୍ଯ୍ୟବେସିତ ଏହି ବିଜ୍ଞାପନ ସିନେମା ଦୁଇ ପ୍ରକାର ଆଶାୟୀ ବା ବିଦ୍ୟାର୍ଥୀଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି: ଯେଉଁମାନେ ଚାକିରିରେ ଅଛନ୍ତି ଓ ଉତମ ସୁଯୋଗ ସନ୍ଧାନ କରୁଛନ୍ତି ଏବଂ ଆଶାୟୀ ପ୍ରାର୍ଥୀ ଯେଉଁମାନେ ନିଜର ସଫଳ ସେପାାର ଜୀବନ ଗଠନ କରିବାକୁ ଅଭିଳାଷ ରଖିଛନ୍ତି । ଉଭୟ ସିନେମାରେ ସଫଳ ବ୍ୟକ୍ତି ଜଣକ ସିମ୍ପ୍ଲିଲର୍ଣ୍ଣ କାର୍ଯ୍ୟକ୍ରମରେ ନାମ ଲେଖାଇବା ପରେ ତାଙ୍କ ବନ୍ଧୁ ଓ ପରିବାର ବର୍ଗ ଭୋଜି ମାଗୁଥିବା ଦେଖିବାକୁ ମିଳିବ କାରଣ ଏହାର ଅର୍ଥ ହେଉଛି ସେ ଏକ ନିଶ୍ଚିତ ନିଯୁକ୍ତି ହାସଲ କରିବା ପଥରେ ଅଛନ୍ତି ।
ସିମ୍ପ୍ଲିଲର୍ଣ୍ଣ ପକ୍ଷରୁ ହାରାହାରି ୭୦ ହଜାର ଶିକ୍ଷାର୍ଥୀଙ୍କୁ ନେଇ ୧୫୦୦ରୁ ଅଧିକ ଲାଇଭ୍ କ୍ଲାସେସ୍ ଆୟୋଜନ କରାଯାଇଛି ଯେଉଁଥିରେ ସେମାନେ ମିଳିତ ଭାବେ ପ୍ରତି ମାସରେ ଏହି ପ୍ଲାଟ୍ଫର୍ମରେ ୫୦୦,୦୦୦ରୁ ଅଧିକ ଘଂଟା ବିତାଇଛନ୍ତି । ସିମ୍ପ୍ଲିଲର୍ଣ୍ଣ ପ୍ରୋଗ୍ରାମ୍ ଶିକ୍ଷାର୍ଥୀମାନଙ୍କୁ ଦକ୍ଷତା ବଢ଼ାଇବା ଏବଂ ଲୋକପ୍ରିୟ ବିଷୟରେ ସାର୍ଟିଫାଏ ହେବାର ସୁଯୋଗ ପ୍ରଦାନ କରୁଛି । ୨୦୨୦ରେ ସିମ୍ପ୍ଲିଲର୍ଣ୍ଣ ପକ୍ଷରୁ ସ୍କିଲ୍ଅପ୍ ନାମକ ଏକ ମାଗଣା କୌଶଳ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସ୍କିଲ୍ଅପ୍ରେ ଶିକ୍ଷାର୍ଥୀମାନେ ବିନା ମୂଲ୍ୟରେ ଶ୍ରେଷ୍ଠ ସେପାଦାର ଓ ପ୍ରଯୁକ୍ତି କ୍ଷେତ୍ରରେ ଚାହିଦାରେ ଥିବା ବିଷୟ ଅନୁସନ୍ଧାନ କରିପାରିଛନ୍ତି ଯାହା ସେମାନଙ୍କୁ ସଠିକ୍ ଶିକ୍ଷା ହାସଲ କରିବା ଏବଂ କ୍ୟାରିୟର ନିଷ୍ପତି ଗ୍ରହଣ କରିବାରେ ସହାୟକ ହୋଇଛି ।

Get real time updates directly on you device, subscribe now.