fbpx

ସିଙ୍ଗାପୁର ଷ୍ଟ୍ରେନ୍ କୁ ନେଇ ଘନେଇଲା ବିବାଦ

ମତ ରଖିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଥମିବାର ନାଁ ନେଉନି ରାଜନୀତିକ ବିବାଦ । ରାଜନେତାଙ୍କ କଥା କଟାକଟି ଲାଗି ରହିଛି । କୌଣସି ନା କୌଣସି ଘଟଣାକୁ ନେଇ ପରସ୍ପର ବାକ୍ ଯୁଦ୍ଧ ଲାଗିରହୁଥିବା ଦେଖିବାକୁ ମିଳୁଛି । ଠିକ୍ ସେହିଭଳି ସମ୍ପ୍ରତି ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଟ୍ୱିଟରରେ ଚାଲିଛି ବାକ୍ ଯୁଦ୍ଧ ।

ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାର ସିଙ୍ଗାପୁର ଷ୍ଟ୍ରେନ୍ ତଥା ନୂଆ ଭ୍ୟାରିଏଣ୍ଟକୁ ନେଇ କରିଥିଲେ ଟ୍ୱିଟ୍ । ତାକୁ ନେଇ ଲାଗି ରହିଛି ବିବାଦ । କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଅରବିନ୍ଦ କହିଥିଲେ ଯେ କରୋନାର ଏହି ନୂଆ ଷ୍ଟ୍ରେନ୍ ଦେଶରେ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏପରିକି ଏହା ଭାରତରେ ତୃତୀୟ ଲହର ସଂକ୍ରମଣ ସୃଷ୍ଟି କରିପାରେ । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏଥିପାଇଁ ପ୍ରସ୍ତୁତି ହେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ । ଉପରୋକ୍ତ ମର୍ମରେ ସେ ଟ୍ୱିଟ୍ କରିବା ପରେ ଗୋଟିଏ ପରେ ଗୋଟିଏ ମତ ସାମ୍ନାକୁ ଆସିଥିଲା । ଅରବିନ୍ଦଙ୍କ ମତକୁ ନେଇ ସିଙ୍ଗାପୁର ସରକାର ମଧ୍ୟ ଆପତ୍ତି ଉଠାଇଲେ । ଭାରତୀୟ ହାଇ କମିଶନରଙ୍କୁ ସିଙ୍ଗାପୁର ସରକାର କହିଛି ଯେ ରାଜ ନେତାମାନେ ସତ କହିବା ଉଚିତ୍ । ସିଙ୍ଗାପୁର ଭ୍ୟାରିଏଣ୍ଟ ଭଳି ସେମିତି କିଛି ନାହିଁ । କୂଟନୈତିକ ଦୃଷ୍ଟିରୁ କ୍ଷତି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଟ୍ୱିଟ କରି କେଜ୍ରିୱାଲଙ୍କ ବିବୃତିକୁ ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତିି । ଏଥିସହ ଭାରତ –ସିଙ୍ଗାପୁର ବନ୍ଧୁତ୍ୱୂପୂର୍ଣ୍ଣ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ ବୋଲି ଜୟଶଙ୍କର କହିଛନ୍ତି । ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ବିବୃତି ଭାରତ ସରକାରଙ୍କ ମତ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.