fbpx

ଇଣ୍ଡିଆନ୍ ଆଇଡଲ୍ ଶୋ’କୁ ନେଇ ସୁନିଧି ଚୌହାନ୍ କଲେ ବଡ ଖୁଲାସା, କହିଲେ ‘ଖରାପ ଗାଇଲେ ବି ପ୍ରତିଯୋଗିତାଙ୍କୁ ପ୍ରଶଂସା କରିବାକୁ କୁହାଯାଉଥିଲା’

ମୁମ୍ବାଇ: କିଛି ଦିନ ହେବ ଇଣ୍ଡିଆନ୍ ଆଇଡଲ୍ ଶୋ’ କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଗୋଟେ ପଟେ ଶୋ’ର ପ୍ରତିଯୋଗିତା ମାନେ ସେମାନଙ୍କ ସୁମଧୁର କଣ୍ଠରେ ଗୀତ ପରିବେଷଣ କରି ପ୍ରଶଂସକଙ୍କ ମନ ଜିଣୁଛନ୍ତି । ହେଲେ ଅନ୍ୟପଟେ ବିଭିନ୍ନ ସମୟରେ ଶୋ’ ର ଟିଆରପି ବଢ଼ାଇବା ପାଇଁ ମେକର୍ସ ମାନେ କିଛି ଏଭଳି ପଦକ୍ଷେପ ଉଠାଉଛନ୍ତି ଯାହା ଏବେ ଏହି ଶୋ’ କୁ ବଦନାମ୍ କରୁଛି । ବର୍ତ୍ତମାନ କିଛି ଏପରି କଥା ସାମନାକୁ ଆସିଛି ଯାହାପରେ ଲୋକ ମାନଙ୍କ ନାପସନ୍ଦର ଶୋ’ ପାଲଟିଛି ଇଣ୍ଡିଆନ୍ ଆଇଡଲ୍ । କିଛି ଦିନ ତଳେ କିଶୋର କୁମାର ସ୍ପେଶାଲ୍ ଏପିସୋଡ୍ ରେ ତାଙ୍କ ପୁଅ ଅମିତ୍ କୁମାରଙ୍କୁ ପ୍ରମୁଖ ଅତିଥି ହୋଇ ଯୋଗ ଦେଇଥିଲେ । ଏହାପରେ ସେ କହିଥିଲେ ଯେ, ତାଙ୍କୁ ଏହି ଶୋ ପସନ୍ଦ ଆସିଲାନି ।

ଏହି ମାମଲାରୁ ଆରମ୍ଭ ହୋଇଛି ବିବାଦ । କିଶୋର କୁମାରଙ୍କ ପୁଅଙ୍କର ଏହି ବୟାନ ପରେ ଇଣ୍ଡିଆନ୍ ଆଇଡଲ୍ ବିରୋଧରେ ଲୋକମାନଙ୍କ ମନରେ କ୍ରୋଧ ଭାବ ଚାଲି ଆସିଥିଲା । ଏହାପରେ ଶୋ’ ର ହୋଷ୍ଟ ଆଦିତ୍ୟ ନାରାୟଣ କହିଥିଲେ ଯେ, ଯଦି ତାଙ୍କୁ ଏହି ଏପିସୋଡ ପସନ୍ଦ ଆସିଲାନି ତାହେଲେ ସେହି ସ୍ଥାନରେ ବିରୋଧ କରିବାର ଥିଲା । ଯାହା ବିବାଦ ଆହୁରି ଗମ୍ଭୀର ହୋଇଯାଇଛି । ହେଲେ ଏବେ ଆଉ ଜଣେ ଗାୟିକା ମୁହଁ ଖୋଲିଛନ୍ତି । ସେ କିଛି ଗୁରୁତ୍ୱପୂର୍ଣ୍ଣ କଥାର ଖୁଲାସା କରିଛନ୍ତି ।

ବଲିଉଡର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ସୁନିଧି ଚୌହାନ୍ କହିଛନ୍ତି ଯେ, ତାଙ୍କୁ ପ୍ରତିଯୋଗିତା ମାନଙ୍କ ପ୍ରଶଂସା କରିବାକୁ କୁହାଯାଉଥିଲା । ହେଲେ ମୁଁ ସେସବୁ କରିଲି ନାହିଁ ବୋଲି ମୋତେ ଶୋ’ ରୁ ଅଲଗା କରିଦିଆଗଲା । ସୁନିଧି ଚୌହାନ୍ ଇଣ୍ଡିଆନ୍ ଆଇଡଲ ସିଜନ୍ ୫ ଏବଂ ୬ ରେ ଜଜ୍ ଭାବରେ ନଜର ଆସି ସାରିଛନ୍ତି । ସେ ଆହୁରି କହିଛନ୍ତି ଯେ, ନେହା କକର୍, ହିମେଶ ରେଶମିୟା ଏବଂ ବିଶାଲ ଦଦଲାନିଙ୍କୁ ପ୍ରତିଯୋଗିତା ମାନଙ୍କୁ ଠିକ୍ ଭାବରେ ପରଖିବା ଦେଖି ନାହାନ୍ତି । ଏଥିସହିତ ଆମକୁ ଅମିତ୍ କୁମାରଙ୍କ ଏପିସୋଡକୁ ଭୁଲିବା ଉଚିତ୍ ନୁହେଁ । ଯେଉଁଥିରେ ସେ ସଫା ସଫା କହିଥିଲେ ଯେ, ତାଙ୍କୁ ଏହି ଏପିସୋଡ ପସନ୍ଦ ଆସି ନଥିଲା ଏବଂ ତାଙ୍କୁ ପ୍ରତିଯୋଗିତା ମାନଙ୍କୁ ପ୍ରଶଂସା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏହିପରି କରାଯାଏ । ବୋଧ ହୁଏ ଏହି ଉପାୟ କାମ କରୁଥାଇପାରେ । ହେଲେ ଏହାଦ୍ୱାରା ପ୍ରତିଯୋଗିତା ମାନଙ୍କର ହିଁ କ୍ଷତି ହୋଇଥାଏ । ଏପରି କରିବା ଦ୍ୱାରା କେବଳ ପ୍ରତିଯୋଗିତା ମାନଙ୍କୁ ପ୍ରଶଂସା ଏବଂ ଫେମ୍ ମିଳିବା ଛଡା ଆଉ କିଛି ମିଳିନଥାଏ । ଏହାଳ ସେମାନଙ୍କ ପରିଶ୍ରମକୁ କମାଇଦିଏ ।

Get real time updates directly on you device, subscribe now.